ନେତନ୍ୟାହୁଙ୍କ ଭାଗ୍ୟ ପରୀକ୍ଷା

ଜେରୁଜେଲମ୍‌,୧୭।୯: ଇସ୍ରାଏଲ୍‌ରେ ନୂଆ ପ୍ରଧାନମନ୍ତ୍ରୀ ଚୟନ ପାଇଁ ମଙ୍ଗଳବାର ନେତାଙ୍କ ଭାଗ୍ୟ ପରୀକ୍ଷା ହେବ। ଏଥିପାଇଁ ମଙ୍ଗଳବାର ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ବହୁ ଭୋଟର ନିଜର ମତ ସାବ୍ୟସ୍ତ କରିଛନ୍ତି। ଚଳିତ ଥର ନିର୍ବାଚନରେ ନେତନ୍ୟାହୁଙ୍କ ଦକ୍ଷିଣପନ୍ଥୀ ଲିକୁଡ ଦଳ ଓ ବିରୋଧୀ ବ୍ଲୁ ଆଣ୍ଡ ହ୍ବାଇଟ ଦଳ ମଧ୍ୟରେ କଡ଼ା ଟକ୍କର ହେବ। ଉକ୍ତ ଦେଶରେ ୬ମାସ ଭିତରେ ଦ୍ୱିତୀୟ ଥର ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଛି। ଗତ ଥର ହୋଇଥିବା ନିର୍ବାଚନରେ ବହୁମତ ମିଳି ନ ଥିବାରୁ ନେତନ୍ୟାହୁଙ୍କ ଲିକୁଡ ଦଳ ମେଣ୍ଟ ସରକାର ଗଠନ କରିବାରେ ବିଫଳ ହୋଇଥିଲା। ଯଦି ଚଳିତ ଥର ନିର୍ବାଚନ ବେଞ୍ଜାମିନ ନେତନ୍ୟାହୁଙ୍କ ସପକ୍ଷରେ ଯାଏ ତେବେ ସେ ଦେଶର ପ୍ରଧାନମନ୍ତ୍ରୀ ଭାବେ ୫ଥର ରେକର୍ଡ ହାସଲ କରିବେ।

Share