ନେତାନ୍ୟାହୁ ବିଫଳ:ଇସ୍ରାଏଲରେ ହେବ ସାନି ନିର୍ବାଚନ

ଜେରୁଜେଲମ୍‌,୩୧।୫ :(ପି.ଟି.):ପୁଣି ଇସ୍ରାଏଲରେ ଜାତୀୟ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ମିଳିତ ସରକାର ଗଠନ କରିବାରେ ବିଫଳ ହେବା ପରେ ଦେଶରେ ପ୍ରଥମଥର ଲାଗି ଏଭଳି ସ୍ଥିତି ଉପୁଜିଛି। ସମସ୍ତ ସାଂସଦଙ୍କ ମତ ନିଆଯାଇ ସଂସଦ ଭଙ୍ଗ କରାଯାଇଛି। ସେପ୍ଟେମ୍ବର ୧୭ରେ ପୁଣି ଏଠାରେ ନିର୍ବାଚନ କରାଯିବ ବୋଲି ଜଣାପଡ଼ିଛି। ପ୍ରକାଶଥାଉ କି, ଗତ ଏପ୍ରିଲରେ ହୋଇଥିବା ନିର୍ବାଚନରେ ନେତାନ୍ୟାହୁଙ୍କ ଲିକୁଡ଼ ପାର୍ଟି ମୋଟ ୧୨୦ ଆସନରୁ ୩୫ରେ ବିଜୟୀ ହୋଇଥିଲା।

Share