ନୂଆଦିଲ୍ଲୀ,୨୩।୮(ପିଟି): ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଯବାନଙ୍କ ସହ ଟ୍ରେନିଂରୁ ଫେରିିବା ପରେ ଏକ ନୂଆ ଲୁକ୍ରେ ଦେଖିବାକୁ ମିଳିଛି। ଏକ ବିଜ୍ଞାପନରେ ଧୋନୀ ନେତା ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ଏଥିରେ ସେ କୃର୍ତ୍ତା ଓ ଗାନ୍ଧୀଙ୍କ ଟୋପି ପିନ୍ଧିଛନ୍ତି। କେବଳ ଏତିକି ନୁହେଁ, ସେ ରାଜନେତାଙ୍କ ଭଳି ଦୁଇ ହାତ ଉପରକୁ ଟେକି ନମଷ୍କାର କରିଛନ୍ତି। ଧୋନୀଙ୍କ ଏହି ଲୁକ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ଉକ୍ତ ଫଟୋର କ୍ୟାପଶନରେ ଲେଖାଯାଇଛି, ଯେଉଁଠାରେ ଜନତା ସେଠାରେ ଆମେ। ଉଲ୍ଲେଖଥାଉ କି, ଆଇସିସି ବିଶ୍ୱକପ୍ ସେମିଫାଇନାଲରୁ ଭାରତ ପରାସ୍ତ ହୋଇ ଫେରିବା ପରେ ଧୋନୀଙ୍କ ଅବସର ନେଇ ଅନିଶ୍ଚିତତା ଜାରି ରହିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ୍ ପୂର୍ବରୁ ସେ ଖୁବ୍ ଶୀଘ୍ର ଦଳ ସହ ଯୋଡ଼ି ହେବେ ବୋଲି ଆଶା କରାଯାଉଛି।