Categories: ଖେଳ

ନେଦରଲାଣ୍ଡ୍ସ ଆଗରେ ୩୨୩ ରନ୍‌ର ବଡ଼ ଟାର୍ଗେଟ

ହାଇଦ୍ରାବାଦ,୯।୧୦: ରାଜୀବ ଗାନ୍ଧୀ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ୨୦୨୩ ବିଶ୍ୱକପର ସୋମବାର ଷଷ୍ଠ ମ୍ୟାଚ୍‌। ତେବେ ନେଦରଲାଣ୍ଡ୍ସ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇ ନ୍ୟୁଜିଲାଣ୍ଡ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ଉଇକେଟ ହରାଇ ୩୨୨ ରନ୍‌ କରିଛି। ଫଳରେ ନେଦରଲାଣ୍ଡ୍ସ ଆଗରେ ୩୨୩ ରନ୍‌ର ବଡ଼ ବିଜୟ ଲକ୍ଷ୍ୟ ରଖିଛି ନ୍ୟୁଜିଲାଣ୍ଡ।

ନ୍ୟୁଜିଲାଣ୍ଡର ଦୁଇ ଓପନର ଦଓ୍ବେନ କନଓ୍ବେ ଏବଂ ଓ୍ବିଲୟଙ୍ଗ ପ୍ରଥମ ଉଇକେଟ୍‌ ଯୋଡ଼ିରେ ୬୭ ରନ୍‌ କରି ଦଳକୁ ଭଲ ଷ୍ଟାଟ୍‌ ଦେଇଥିଲେ। ୟଙ୍ଗ ୭୦ ରନ୍‌ କରିଥିବା ବେଳେ କନଓ୍ବେ ୩୨ ରନ୍‌ କରିଥିଲେ । ସେହିପରି ରଚିନ୍‌ ରବୀନ୍ଦ୍ର ଓ ଡାରିଲ ମିଚେଲ ଏବଂ ଟମ୍‌ ଲାଥମ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଇନିଂସ୍‌ ଖେଳିଥିଲେ। ରଚିନ୍‌ ୫୧ ରନ୍‌ କରିଥିବା ବେଳେ ଲାଥମ ୫୩ ରନ୍‌ କରିଥିଲେ। ସେହିପରି ମିଚେଲ ୪୮ ରନ୍‌ କରିବାରେ ସକ୍ଷମ ହୋଇଥିଲେ। ଶେଷ ବେଳକୁ ମିଚେଲ ସାଣ୍ଟନ ୧୭ ବଲରେ ୩୬ ରନ୍‌ ଧୂଆଁଧାର ଇନିଂସ୍‌ ଖେଳିଥିଲେ। ଫଳରେ ନ୍ୟୁଜିଲାଣ୍ଡ ୩୨୨ ରନ୍‌ କରିବାରେ ସକ୍ଷମ ହୋଇଥିଲ। ନେଦରଲାଣ୍ଠ୍ସ ପକ୍ଷରୁ ଆର୍ୟନ ଦତ୍ତ, ପଲ ଭାନ ମିକିରେନ ଓ ରୋଏଲର ଭାନ ଡର ମେରଓ୍ବେ ୨ଟି ଲେଖାଏ ଉଇକେଟ ନେଇଥିଲେ।

Share