Posted inଖେଳ

ନେଦରଲାଣ୍ଡ୍ସ ସେମିଫାଇନାଲରେ

ଭାଲେନ୍‌ସିଜ (ଫ୍ରାନ୍ସ), ୩୦ା୬ (ଏଏଫ୍‌ପି)- ନେଦରଲାଣ୍ଡ୍ସ ମହିଳା ଫୁଟ୍‌ବଲ ବିଶ୍ୱକପ୍‌ ଇତିହାସରେ ପ୍ରଥମ ଥର ସେମିଫାଇନାଲରେ ପ୍ରବେଶ କରିଛି। ଏଠାରେ ଶନିବାର ଅନୁଷ୍ଠିତ ଏକ କ୍ୱାର୍ଟରଫାଇନାଲ ମ୍ୟାଚରେ ଦଳ ୨-୦ ଗୋଲରେ ଇଟାଲୀକୁ ପରାସ୍ତ କରିଛି। ଦଳ ପକ୍ଷରୁ ଭିଭିଆନି ମିଡେମା ଏବଂ ଷ୍ଟିଫାନି ଭାନ୍‌ଡର ଗ୍ରାଗଟ ଗୋଲ ସ୍କୋର କରିଥିଲେ। ଦଳ ବର୍ତ୍ତମାନ ଜର୍ମାନୀ କିମ୍ବା ସ୍ବିଡେନ ସହ ସେମିଫାଇନାଲ ଖେଳିବା ଲାଗି ଲିଅନ ଯାତ୍ରା କରିବ। ଶନିବାର ମ୍ୟାଚ ଫଳାଫଳ ଦ୍ୱାରା ନେଦରଲାଣ୍ଡ୍ସ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଫ୍ରାନ୍ସରେ ଚାଲିଥିବା ଟୁର୍ନାମେଣ୍ଟରୁ ପ୍ରଦର୍ଶନ ଭିତ୍ତିରେ ୟୁରୋପର ଶ୍ରେଷ୍ଠ ୩ ଦଳ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବେ। ସୂଚନାଯୋଗ୍ୟ, ନେଦରଲାଣ୍ଡ୍ସର ମହିଳା ବିଶ୍ୱକପ୍‌ରେ ଏହାଥିଲା ଦ୍ୱିତୀୟ ପଦାର୍ପଣ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ନିୟମକୁ ଅଣଦେଖା: ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଯାତ୍ରୀ ଥାଇ ଡିଜେଲ ଭର୍ତ୍ତି କରୁଛି ଲକ୍ଷ୍ମୀବସ୍‌, ସାଧାରଣରେ ଅସନ୍ତୋଷ

ଦାରିଙ୍ଗବାଡ଼ି,୨୫ା୪(ଅରୁଣ ସାହୁ): ରାଜ୍ୟ ସରକାର ସମସ୍ତ ପଞ୍ଚାୟତରୁ ବ୍ଲକ ହେଡକ୍ୱାର୍ଟରକୁ ସୁବିଧା ଓ ଶସ୍ତାରେ ଯାତାୟାତ ପାଇଁ ଲକ୍ଷ୍ମୀବସ୍‌ର ବ୍ୟବସ୍ଥା କରିଛନ୍ତି କିନ୍ତୁ ଅନେକ ସମୟରେ...

ଦିଲ୍ଲୀରେ ଏବେ ଟ୍ରିପଲ୍‌ ଇଞ୍ଜିନ ସରକାର, ଭୁଶୁଡ଼ିଲା କେଜ୍‌ରିଓ୍ବାଲଙ୍କ କ୍ଷମତାର ଶେଷ ଦୁର୍ଗ

ନୂଆଦିଲ୍ଲୀ,୨୫।୪: ଜାତୀୟ ରାଜଧାନୀ ଦିଲ୍ଲୀରେ ଶୁକ୍ରବାରଠାରୁ’ଟ୍ରିପଲ ଇଞ୍ଜିନ’ ସରକାର ଆରମ୍ଭ ହୋଇଛି। ଭାରତୀୟ ଜନତା ପାର୍ଟି(ଭାଜପା)ର ରାଜା ଇକବାଲ ମେୟର ନିର୍ବାଚନରେ ବିଜୟୀ ହୋଇଛନ୍ତି। ସେହିଭଳି...

ଗହୀରମଥା ଚଳଚଞ୍ଚଳ: ଦୁଇଦିନରେ ୮୨ ଲକ୍ଷ କଇଁଛ ଶାବକ ଅଣ୍ଡାରୁ ବାହାରି ହେଲେ ସମୁଦ୍ରମୁହାଁ

ରାଜନଗର,୨୫ା୪: ଦୀର୍ଘ ୫୦ ଦିନ ପରେ କଇଁଛଙ୍କ ଏନ୍ତୁଡ଼ିଶାଳ ଗହୀରମଥା ପୁଣି ଚଳଚଞ୍ଚଳ ହୋଇପଡ଼ିଛି। ଲକ୍ଷଲକ୍ଷ ମାଈ କଇଁଛ ଗହୀରମଥାର ଅଗରନାସୀ-୨ରେ ସମୂହ ଅଣ୍ଡାଦାନ ପ୍ରକ୍ରିୟା...

ଆତଙ୍କବାଦୀ ଆକ୍ରମଣରେ ନିହତଙ୍କ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା

ଗଞ୍ଜାମ,୨୫ା୪(ବିଦ୍ୟାଧର ସାହୁ): ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ସରଳ ନିରୀହ ପର୍ଯ୍ୟଟକମାନଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ଗଞ୍ଜାମ ସହର ବଜରଙ୍ଗ ଦଳ...

ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କେସିଙ୍ଗା ମୁସଲମାନ ସମାଜର ବିରୋଧ, ଦୋଷୀଙ୍କୁ କଠୋର ଦଣ୍ଡ ସହ ଫାଶୀ ପାଇଁ ଦାବି

କେସିଙ୍ଗା,୨୫ା୪(ତୁମେଶ୍ୱର ସାହୁ): କଶ୍ମୀରର ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ପର୍ଯ୍ୟଟକଙ୍କ ଅମର ଆତ୍ମାର ସଦ୍‌ଗତି କାମନା ସହ ଦୋଷୀଙ୍କୁ କଠୋର ଦଣ୍ଡ ଦେବା ପାଇଁ...

ପାକିସ୍ତାନ ବିରୋଧରେ ବାହାରିଲା ମୁସ୍‌ଲିମ୍‌ ଅଞ୍ଜୁମାନ କମିଟି, ନାରାରେ କମ୍ପୁଛି ଜୟପୁର

ଜୟପୁର,୨୫ା୪: ଜୟପୁର ବ୍ରହ୍ମାସାହି ନିକଟ ମସ୍‌ଜିଦ୍‌ରେ ଶୁକ୍ରବାର ଅବସରେ ନାମଜ ପରେ ନିଷ୍ପତ୍ତି ନିଆଯାଇଥିଲା। ସେହି ନିଷ୍ପତ୍ତି ଅନୁଯାୟୀ ମୁସଲିମ ଅଞ୍ଜୁମାନ କମିଟିର ସଦସ୍ୟମାନେ ଏକ...

ବଡ଼ ଖବର: ଓଡ଼ିଶାରେ ପାକିସ୍ତାନୀ, ଆକ୍ସନ ମୋଡରେ ସରକାର

ଭୁବନେଶ୍ୱର,୨୫।୪: ପହଲଗାମ ଘଟଣାରେ କେବଳ ଭାରତ ନୁହେଁ ସାରା ବିଶ୍ୱରେ ଚହଳ ପଡିଛି। ଏଥିରେ ୨୬ ନିରୀହ ପର୍ଯ୍ୟଟକଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପରେ...

Pahalgam Terror Attack: ଭାରତ-ପାକିସ୍ତାନ ବର୍ଡରରେ ପହଞ୍ଚିଲେ Army Chief: କିଛି ବି ଘଟିପାରେ

ଶ୍ରୀନଗର,୨୫।୪: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଶୁକ୍ରବାର ଶ୍ରୀନଗରରେ ପହଞ୍ଚିଛନ୍ତି। ଏଠାରେ ସେନା କମାଣ୍ଡରମାନେ ଜେନେରାଲ ଦ୍ୱିବେଦୀଙ୍କୁ ବର୍ତ୍ତମାନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image