Valenciennes: Netherlands players celebrate at the end of the Women's World Cup quarterfinal soccer match between Italy and the Netherlands, in Valenciennes, France, Saturday, June 29, 2019. AP/PTI(AP6_29_2019_000187B)
ଭାଲେନ୍ସିଜ (ଫ୍ରାନ୍ସ), ୩୦ା୬ (ଏଏଫ୍ପି)- ନେଦରଲାଣ୍ଡ୍ସ ମହିଳା ଫୁଟ୍ବଲ ବିଶ୍ୱକପ୍ ଇତିହାସରେ ପ୍ରଥମ ଥର ସେମିଫାଇନାଲରେ ପ୍ରବେଶ କରିଛି। ଏଠାରେ ଶନିବାର ଅନୁଷ୍ଠିତ ଏକ କ୍ୱାର୍ଟରଫାଇନାଲ ମ୍ୟାଚରେ ଦଳ ୨-୦ ଗୋଲରେ ଇଟାଲୀକୁ ପରାସ୍ତ କରିଛି। ଦଳ ପକ୍ଷରୁ ଭିଭିଆନି ମିଡେମା ଏବଂ ଷ୍ଟିଫାନି ଭାନ୍ଡର ଗ୍ରାଗଟ ଗୋଲ ସ୍କୋର କରିଥିଲେ। ଦଳ ବର୍ତ୍ତମାନ ଜର୍ମାନୀ କିମ୍ବା ସ୍ବିଡେନ ସହ ସେମିଫାଇନାଲ ଖେଳିବା ଲାଗି ଲିଅନ ଯାତ୍ରା କରିବ। ଶନିବାର ମ୍ୟାଚ ଫଳାଫଳ ଦ୍ୱାରା ନେଦରଲାଣ୍ଡ୍ସ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଫ୍ରାନ୍ସରେ ଚାଲିଥିବା ଟୁର୍ନାମେଣ୍ଟରୁ ପ୍ରଦର୍ଶନ ଭିତ୍ତିରେ ୟୁରୋପର ଶ୍ରେଷ୍ଠ ୩ ଦଳ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବେ। ସୂଚନାଯୋଗ୍ୟ, ନେଦରଲାଣ୍ଡ୍ସର ମହିଳା ବିଶ୍ୱକପ୍ରେ ଏହାଥିଲା ଦ୍ୱିତୀୟ ପଦାର୍ପଣ।