ଚଣ୍ଡିଗଡ଼,୨୭।୫: କରୋନା ଭାଇରସ୍ ମହାମାରୀ ଯୋଗୁ ଦେଖାଦେଇଥିବା ସଙ୍କଟ ମଧ୍ୟରେ ପଡୋଶୀ ଦେଶରେ ଫସିରହିଥିବା ହରିୟାଣା ଲୋକଙ୍କ ପାଇଁ ଖୁସି ଖବର। ସେଠାରେ ଫସିରହିଥିବା ଲୋକଙ୍କୁ ହରିୟାଣା ସରକାର ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ଚିନ୍ତା କରୁଥିବା ଜଣାପଡ଼ିଛି। ଶୁକ୍ରବାର ହରିୟାଣା ରୋଡଓ୍ବେଜ ବସ୍ ଜରିଆରେ ସେମାନେ ରାଜ୍ୟକୁ ଫେରିବେ। ବୁଧବାର ରାଜ୍ୟର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଟୁଇଟ କରି ଏନେଇ ସୂଚନା ଦେଇଛନ୍ତି। ମେ ୨୯ରେ ନେପାଳରେ ଫସିରହିଥିବା ହରିୟାଣାର ୭୨ଲୋକଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣାଯିବ। ଏଥିପାଇଁ ଗୁରୁବାର ନେପାଳ ବର୍ଡର ଅଭିମୁଖେ ବସ୍କୁ ପଠାଯିବ ବୋଲି ଖଟ୍ଟର କହିଛନ୍ତି।