ନେପାଳରେ ୫ ବୁଦ୍ଧମୂର୍ତ୍ତି ଭାଙ୍ଗିଦେଲେ

କାଠମାଣ୍ଡୁ, ୧୯ା୭  (ପି.ଟି.): ନେପାଳର ରୁପନ୍‌ଦେହୀ ଜିଲାର ତିିଳୋତ୍ତମା ମ୍ୟୁନିସିପାଲିଟି ଅଞ୍ଚଳ ଅନ୍ତର୍ଗତ ଲୁମ୍ବିନୀ ନିକଟରେ ଦୁର୍ବୃତ୍ତମାନେ ୫ଟି ବୁଦ୍ଧମୂର୍ତ୍ତିକୁ ଭାଙ୍ଗିଦେଇଛନ୍ତି। ବାଲି, ସିମେଣ୍ଟ ଓ ଚୂନପଥରରେ ନିର୍ମିତ ବୁଦ୍ଧଙ୍କ ବସିଥିବା ପ୍ରତିମୂର୍ତ୍ତି ଭାଙ୍ଗିଦିଆଯିବାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ପ୍ରତ୍ୟେକ ମୂର୍ତ୍ତି ୧୨୦ କେଜିରୁ ଊର୍ଦ୍ଧ୍ୱ ଓଜନର ଥିଲା। ଏହାକୁ ନେଇ ନେପାଳୀ କଂଗ୍ରେସର ନେତା ବାଳକ୍ରିଷ୍ଣ ଖଣ୍ଡ୍‌ ସ୍ବର ଉଠାଇବା ସହ ଅଭିଯୁକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ମ୍ୟୁନିସିପାଲିଟି ମେୟର ବାସୁଦେବ ହିମିରେ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି।

Share