ନେପାଳର ବିଦେଶୀ ମୁଦ୍ରା ଭଣ୍ଡାର ଖାଲି, ୧୦ ସାମଗ୍ରୀର ଆମଦାନୀ ଉପରେ କଟକଣା…

କାଠମାଣ୍ଡୁ, ୨୭।୪ : ଦେଶର ଖରାପ ଅର୍ଥବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ନେପାଳ ସରକାର ଦୁଇ ମାସ ପାଇଁ ୧୦ ଟି ବିଭିନ୍ନ ସାମଗ୍ରୀ ଆମଦାନୀ ଉପରେ କଟକଣା ଲଗାଇଛନ୍ତି। ଇତି ମଧ୍ୟରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ଖାଲି ହେବାରେ ଲାଗିଛି। ତେଣୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

ଦେଶର କେନ୍ଦ୍ରୀୟ ବ୍ୟାଙ୍କର ସୁପାରିଶ ପରେ ନେପାଳ ସରକାରଙ୍କ କ୍ୟାବିନେଟ ପ୍ରଥମ ପର୍ଯ୍ୟାୟରେ ୬୦ ହଜାର ଟଙ୍କାରୁ ଅଧିକ ଦାମୀ ମୋବାଇଲ ଫୋନ, ୨୫୦ରୁ ଅଧିକ ସିସି ମୋଟରସାଇକେଲ, ବିଦେଶୀ ମଦ, ସମସ୍ତ ପ୍ରକାର ଖେଳନା, ସମସ୍ତ ପ୍ରକାର ଜିପର ଆମାଦାନୀ ଉପରେ କଟକଣା ଜାରି କରିଛନ୍ତି।

ସେହିପରି କାର୍‌, ଭ୍ୟାନ, ୩୨ ଇଞ୍ଚୀ ସମସ୍ତ ପ୍ରକାରର ଟେଲିଭିଜନ ସେଟ, କୁର୍‌କୁରେ, ଲେଜ୍‌, ପ୍ୟାକ ହୋଇଥିବା ଜଙ୍କ ଫୁଡ, ସମସ୍ତ ପ୍ରକାରର ଗୁଟଖା, ତମାଖୁ, ସିଗାରେଟ ଏବଂ ହୀରା ଆମଦାନୀ ଉପରେ ରୋକ ଲଗାଯାଇଛି। ସରକାର ଏହି ନିଷ୍ପତ୍ତି ଗେଜେଟରେ ପ୍ରକାଶ କରିଛନ୍ତି। ଏନେଇ ଦେଶର ସମସ୍ତ ବ୍ୟାଙ୍କଗୁଡ଼ିକୁ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରାଯାଇଛି।

Share