ନେପାଳ, ବାଲାଂଦେଶରେ ବନ୍ୟା: ୬୫ ମୃତ, ଲକ୍ଷାଧିକ ବିସ୍ଥାପିତ

କାଠମାଣ୍ଡୁ/ଢାକା,୧୫।୭: ଭାରତର କିଛି ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ଦେଖାଦେଇଥିବାବେଳେ ପଡୋଶୀ ଦେଶ ନେପାଳ ଏବଂ ବାଲାଂଦେଶରେ ମଧ୍ୟ ଜଳପ୍ରଳୟ ଲାଗିରହିଛି। ବନ୍ୟା ଏବଂ ଭୁସ୍ଖଳନ ଯୋଗୁ ଏହି ଦୁଇ ଦେଶରେ ପ୍ରାୟ ୬୫ ଜଣ ଲୋକଙ୍କ ମୃତ୍ୟୁ ହେଲାଣି। ୩୦ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ବନ୍ୟା କରଣରୁ ନେପାଳ ଏବଂ ବାଲାଂଦେଶରେ ଲକ୍ଷାଧିକ ଲୋକ ଘର ଛାଡି ସୁରକ୍ଷିତ ସ୍ଥାନକୁ ପଳାଇଛନ୍ତି। ନେପାଳରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ବିସ୍ଥାପିତ କରାଯାଇଛି ବୋଲି ଗୃହମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟରେ କୁହାଯାଇଛି।

Share