କାଠମାଣ୍ଡୁ,୯।୨- ନେପାଳର ଯୁବ ବ୍ୟାଟ୍ସମ୍ୟାନ କୁଶାଳ ମଲ୍ଲା ସ୍ବତନ୍ତ୍ର ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ ଭାବେ ଅର୍ଦ୍ଧଶତକ ହାସଲ କରିଛନ୍ତି। ଆଇସିସି ପୁରୁଷ କ୍ରିକେଟ ବିଶ୍ୱକପ୍ ଲିଗ୍ର ଦ୍ୱିତୀୟ ପର୍ଯ୍ୟାୟରେ ଶନିବାର ଆମେରିକା ବିପକ୍ଷରେ ଖେଳାଯାଇଥିବା ଦିନିକିଆ ମ୍ୟାଚ୍ରେ କୁଶାଳ ପଦାର୍ପଣ କରଛନ୍ତି। ସେ ୧୫ ବର୍ଷ ଓ ୩୪୦ ଦିନ ବୟସରେ ପ୍ରଥମ ଅନ୍ତର୍ଜାତୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୫୧ ବଲର ସମ୍ମୁଖୀନ ହୋଇ ୫୦ ରନ୍ କରିଥିଲେ। ତାଙ୍କ ଇନିଂସ ଯୋଗୁ ନେପାଳ ୩୫ ରନ୍ରେ ୟୁଏସ୍ଏକୁ ହରାଇ ଦେଇଛି। ଏଥିପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ ଭାବେ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ନେପାଳର ରୋହିତ ପଉଦେଲଙ୍କ ନାମରେ ଥିଲା। ସେ ୧୬ ବର୍ଷ ୧୪୬ ଦିନରେ ୨୦୧୯ରେ ୫୫ ରନ୍ର ଇନିଂସ ଖେଳିଥିଲେ।