Categories: ଜାତୀୟ

ନେପାଳ ସୀମା ଦେଇ ଉତ୍ତର ପ୍ରଦେଶ ଆସୁଛନ୍ତି ଆତଙ୍କବାଦୀ

ଲକ୍ଷ୍ନୌ,୨୦।୧୦: ଆଗାମୀ ଦୀପାବଳିରେ ଉତ୍ତର ପ୍ରଦେଶର ପ୍ରମୁଖ ସହରରେ ଆକ୍ରମଣ ଯୋଜନା କରି ନେପାଳ ସୀମା ଦେଇ ଆତଙ୍କବାଦୀ ଉତ୍ତର ପ୍ରଦେଶରେ ପ୍ରବେଶ କରୁଥିବା ଅନୁମାନ କରାଯାଉଛି। ଏହାକୁ ନଜରରେ ରଖି ଶୁକ୍ରବାର କାନପୁର ଏଡିଜି ପ୍ରେମ ପ୍ରକାଶ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଏକ ଜରୁରୀ ବୈଠକର ଆୟୋଜନ କରିଥିଲେ। ଏହାପରେ ଉତ୍ତର ପ୍ରଦେଶରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ହୋଟେଲକୁ ଆସୁଥିବା ଗ୍ରାହକଙ୍କର ପରିଚୟ ପତ୍ର ଦେଖି ସେମାନଙ୍କୁ ରହିବାକୁ ଅନୁମତି ଦେବାକୁ କୁହାଯାଇଛି। ଆତଙ୍କବାଦୀମାନେ ଦୀପାବଳିକୁ ନଜରରେ ରଖି ଥିବାରୁ କୌଣସି ସନ୍ଦିଗ୍ଧ ବ୍ୟକ୍ତି ଅବା ଯାନବାହନ ଦେଖିଲେ ତୁରନ୍ତ ଏହାର ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି।

Share