Categories: ଖେଳ

ନେମାର ସର୍ବକନିଷ୍ଠ ବ୍ରାଜିଲ ଖେଳାଳି

ସିଙ୍ଗାପୁର, ୧୧।୧୦ (ଏଏଫ୍‌ପି)- ବ୍ରାଜିଲ ପକ୍ଷରୁ ୧୦୦ ମ୍ୟାଚ୍‌ ଖେଳିବାରେ ନେମାର ସର୍ବକନିଷ୍ଠ ଫୁଟ୍‌ବଲର ହୋଇଛନ୍ତି। ଗୁରୁବାର ଏଠାରେ ସେନେଗାଲ ବିପକ୍ଷ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବା ଅବସରରେ ପ୍ୟାରିସ ସେଣ୍ଟ-ଜର୍ମେନ ଦଳର ଷ୍ଟାର୍‌ ଫରଓ୍ବାର୍ଡ ନେମାର ଏହି କୃତିତ୍ୱ ଲାଭ କରିଛନ୍ତି। ବ୍ରାଜିଲ ଓ ନେମାର ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍‌ ୧-୧ ଗୋଲରେ ଅମୀମାଂସିତ ରହିଥିଲା। ୨୭ ବର୍ଷୀୟ ନେମାର ବ୍ରାଜିଲ ପକ୍ଷରୁ ୧୦୦ ମ୍ୟାଚ୍‌ ଖେଳିବାରେ ୭ମ ଖେଳାଳି ହୋଇଛନ୍ତି। ୧୦୦ ମ୍ୟାଚ୍‌ରୁ ନେମାର ବର୍ତ୍ତମାନ ସୁଦ୍ଧା ୬୧ ଗୋଲସ୍କୋର କରିଛନ୍ତି। ଏଥିସହ ବ୍ରାଜିଲ ପକ୍ଷରୁ ସର୍ବାଧିକ ଗୋଲସ୍କୋର କରିଥିବା ଖେଳାଳି ତାଲିକାର ସେ ୩ୟ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ କିମ୍ବଦନ୍ତୀ ଖେଳାଳି ପେଲେ (୭୭) ଓ ରୋନାଲ୍ଡୋ (୬୨) ଯଥାକ୍ରମେ ପ୍ରଥମ ଓ ୨ୟ ସ୍ଥାନରେ ରହିଛନ୍ତି। ନେମାର ୨୦୧୬ ରିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ବ୍ରାଜିଲ ଦଳର ପ୍ରମୁଖ ସଦସ୍ୟ ରହିଥିଲେ।

Share