Categories: ଖେଳ

ନେମାର ୩ଟି ମ୍ୟାଚରୁ ବାସନ୍ଦ

ଲାଉସାନେ, ୨୭ା୪ (ଏଏଫ୍‌ପି)-ୟୁନିୟନ ଅଫ୍‌ ୟୁରୋପିଆନ ଫୁଟ୍‌ବଲ ଆସୋସିଏଶନ୍ସ (ୟୁଫା) ଶୁକ୍ରବାର ବ୍ରାଜିଲ ଷ୍ଟାର ଖେଳାଳି ନେମାରଙ୍କୁ ଚାମ୍ପିୟନ୍ସ ଲିଗ୍‌ର ତିନୋଟି ମ୍ୟାଚରୁ ବାସନ୍ଦ କରିଛି। ଚାମ୍ପିୟନ୍ସ ଲିଗ୍‌ରେ ମାଞ୍ଚେଷ୍ଟର ୟୁନାଇଟେଡ୍‌ଠାରୁ ପ୍ୟାରିସ ସେଣ୍ଟ ଜର୍ମେନର ପରାଜୟ ମ୍ୟାଚରେ ସେ ମ୍ୟାଚ ଅଫିସିଆଲଙ୍କୁ ଅପମାନିତ କରିଥିବାରୁ ଏହି ଦଣ୍ଡ ବିଧାନ କରାଯାଇଛି।

Share