Categories: ଖେଳ

ନେରୋକାର ପ୍ରଥମ ବିଜୟ

ଇମ୍ଫାଲ, ୬ା୧୨ (ପି.ଟି.)-ଚଳିତ ବର୍ଷର ଆଇ-ଲିଗ୍‌ରେ ନେରୋକା ଏଫ୍‌ସି ଏହାର ପ୍ରଥମ ବିଜୟ ହାସଲ କରିଛି। ଖୁମାନ ଲାମ୍ପାକଠାରେ ଶୁକ୍ରବାର ଖେଳାଯାଇଥିବା ଏକ ମ୍ୟାଚରେ ଦଳ ୧-୦ଗୋଲରେ ଆଇଜଲ ଏଫ୍‌ସିକୁ ହରାଇ ଦେଇଛି। ମ୍ୟାଚର ଗୁରୁତ୍ୱପୂର୍ଣ୍ଣ ଗୋଲ୍‌ଟିକୁ ଓସ୍‌ମାନେ ଦିଓ୍ବାରା ୨୮ତମ ମିନିଟ୍‌ରେ ସ୍କୋର କରିଥିଲେ। ଏହି ବିଜୟ ଦ୍ୱାରା ଘରୋଇ ଦଳ ୩ ପଏଣ୍ଟ ହାସଲ କରିପାରିଛି। ନେରୋକା ପ୍ରତିଯୋଗିତାରେ ଏହାର ଓପନିଂ ମ୍ୟାଚରେ ଗୋକୁଳମ କେରଳଠାରୁ ୧-୨ ଗୋଲରେ ହାରିଯାଇଥିଲା। ମ୍ୟାଚରେ ଆଇଜଲ ଏଫ୍‌ସି ପ୍ରଧାନ୍ୟ ବିସ୍ତାର କରି ଖେଳିଥିଲା। ଗୋଲ୍‌ ପୋଷ୍ଟକୁ ୧୫ଟି ଶଟ୍‌ ମାରିଥିଲା। କିନ୍ତୁ ତନ୍ମଧ୍ୟରୁ ଗୋଟିଏ ହେଲେ ସ୍କୋର କରିବାରେ ସକ୍ଷମ ହୋଇପାରି ନ ଥିଲା। ଅନ୍ୟପକ୍ଷରେ ନେରୋକା ଏଫ୍‌ସି ଧିରେ ଧିରେ ଆତ୍ମ ବିଶ୍ୱାସ ସୃଷ୍ଟି କରିବା ସହ ମ୍ୟାଚରେ ବିଜୟସୂଚକ ଗୋଲ ସ୍କୋର କରିବାରେ ସଫଳ ହୋଇଥିଲା।

Share