ନେଳିଆବାଗରେ ଆବଦ୍ଧାଞ୍ଚଳ ଅବଧି ବଢ଼ିଲା

ବାଲେଶ୍ୱର ଅଫିସ, ୪ା୫-ବାଲେଶ୍ୱର ଜିଲାର ପ୍ରଥମ କରୋନା ସଂକ୍ରମିତ ନେଳିଆବାଗର ଜଣେ ୫୮ ବର୍ଷୀୟ ବୟସ୍କ ଚିହ୍ନଟ ହେବା ପରେ ଉକ୍ତ ଅଞ୍ଚଳକୁ ଗତ ଏପ୍ରିଲ ୧୯ରୁ ୨୬ତାରିଖ ପର୍ଯ୍ୟନ୍ତ ଆବଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଥିଲା। ପରେ ଉକ୍ତ ଅଞ୍ଚଳରେ ଲଗାତାର ୭ଜଣ ସଂକ୍ରମିତ ଭାବେ ଚିହ୍ନଟ ହେବା ପରେ ଆବଦ୍ଧାଞ୍ଚଳକୁ ୨୬ ତାରିଖରୁ ମେ’ ୨ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରଖାଯାଇଥିଲା। ପରେ ଉକ୍ତ ୫୮ ବର୍ଷୀୟ ସୁପରସ୍ପ୍ରେଡ଼ର ଭାବେ ୧୨ ଜଣଙ୍କୁ ସଂକ୍ରମିତ କରିଥିବାର ଜଣାପଡ଼ିବା ପରେ ଉକ୍ତ ଅଞ୍ଚଳକୁ ପୁଣି ଥରେ ସ୍ବତନ୍ତ୍ର ନିର୍ଦ୍ଦେଶ ଚିଠି (ନଂ, ୧୦୦୦) ଅନୁଯାୟୀ ମେ’ ୨ରୁ ୯ ତାରିଖ ପର୍ଯ୍ୟନ୍ତ ଆବଦ୍ଧାଞ୍ଚଳ ଅବଧିକୁ ବଢ଼ାଇ ଦିଆଯାଇଛି।