Categories: ଅପରାଧ

ନେହରୁବଙ୍ଗଳା ଅଞ୍ଚଳରୁ ଦୁଇଟି ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ

ପାରାଦୀପ, ୩୦ା୬(ସ୍ବ.ପ୍ର.) : ପାରାଦୀପସ୍ଥିତ ନେହରୁ ବଙ୍ଗଳା ଅଞ୍ଚଳରୁ ରବିବାର ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପରିଚୟ ମିଳିପାରି ନାହିଁ। ମୃତକ ଦ୍ୱୟ ସ୍ଥାନୀୟ ଅଞ୍ଚଳରେ କିଛି ଦିନ ହେବ ବୁଲାବୁଲି କରୁଥିଲେ। ଉଭୟ ମାନସିକ ବିକୃତ ଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଶନିବାର ରାତିରେ ଦୁହେଁ ସେଠାରେ ବୁଲାବୁଲି କରୁଥିବା ଲୋକେ ଦେଖିବାକୁ ପାଇଥିଲେ। ତେବେ ରବିବାର ସକାଳେ ମେରାଇନ ଥାନାଠାରୁ ମାତ୍ର ୨୦୦ ମିଟର ଦୂରରେ ସେମାନଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଉଭୟଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତଦେହ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି।