ନେହାଙ୍କୁ ଗେଡ଼ି କହି ବ୍ୟଙ୍ଗ କରିବାକୁ ନେଇ କ୍ଷମା ମାଗିଲେ ଗୌରବ

ବମ୍ବେ: ବଲିଉଡ୍‌ର ଲୋକପ୍ରିୟ ଗାୟିକା ନେହା କକ୍କଡ଼ଙ୍କୁ ଗେଡ଼ି କହି କମେଡି କରି ଫସିଛନ୍ତି ଗୌରବ ଗେରା। ଘଟଣାକୁ ନେଇ ନେହା କ୍ଷୋଭ ପ୍ରକାଶ କରିବା ପରେ ତାଙ୍କୁ କ୍ଷମା ମାଗିବାକୁ ପଡ଼ିଛି। ଅବଶ୍ୟ ସେ କାହାକୁ ଦୁଃଖ ଦେବାକୁ ଚାହୁଁ ନ ଥିଲେ। ସେ ନିଜେ ନେହାଙ୍କ ବଡ଼ ପ୍ରଶଂସକ। ନେହାଙ୍କ ସଙ୍ଗୀତ ପାର୍ଟିରେ ଜୀବନ ଭରିଦିଏ। ତାଙ୍କର ପ୍ରତିଭା ଅତି ସୁନ୍ଦର। ଏବେ ଇନଷ୍ଟାରେ ତାଙ୍କୁ ୩୦ ମିଲିୟନ ଲୋକେ ଫଲୋ କରୁଛନ୍ତି। ଏହା ତାଙ୍କୁ କେତେଲୋକ ପସନ୍ଦ କରଛନ୍ତି ତାହା ପ୍ରମାଣ କରୁଛି ବୋଲି ଗୌରବ ନିଜ ସଫେଇରେ କହିଛନ୍ତି।

ଏହାଛଡ଼ା କିକୁ ଶାରଦା ଏବଂ ସେ ତାଙ୍କୁ ନେଇ ଗର୍ବ କରନ୍ତି। ନେହା ସେମାନଙ୍କୁ ସିଧା ଭତ୍ସନା କରିନାହାନ୍ତି। ଚ୍ୟାନେଲ ପ୍ରତି ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ଏଣୁ ଚ୍ୟାନେଲ ପକ୍ଷରୁ ଉକ୍ତ ଭିଡିଓକୁ ହଟାଇ ଦିଆଯାଇଛି। କିକୁଙ୍କ ଉଚ୍ଚତା ମଧ୍ୟ କମ୍‌। ଶୋ’ରେ ଆମେ ଉଭୟ ଉଭୟଙ୍କୁ ନେଇ ମଜା କରିଥାଉ। ହେଲେ ନେହାଙ୍କୁ ଏତେ ଖରାପ ଲାଗିବ ସେମାନେ ଆଶା କରି ନ ଥିଲେ ବୋଲି ଗୌରବ କହିଛନ୍ତି।

ତେବେ ସୋନି ମାକ୍ସରେ ପ୍ରସାରିତ ଶୋ’ରେ ‘ଡା. ପ୍ରାଣ ଲେଲେ’ରେ ତାଙ୍କର ମଜା ଉଡାଇଥିଲେ କିକୁ। କେବଳ ଚେହେରା, ଉଚ୍ଚତା ନୁହେଁ ତାଙ୍କର ପ୍ରତିଭାକୁ ନେଇ ମଧ୍ୟ କମେଡି କରାଯାଇଥିଲା। ନେହା ଏହାକୁ ନେଇ ସମସ୍ତଙ୍କ ଉପରେ ରାଗି ଯାଇଥିଲେ। ଶୋ’ର ଏକ ଭିଡିଓ ଶେୟାର କରି ସେ ଏଭଳି ନକରାତ୍ମକ ବାତାବରଣରେ ସେ ରହିପାରିବେ ନାହିଁ ବୋଲି କହିଥିଲେ। କେବଳ ସେତିକି ନୁହେଁ ନେହାଙ୍କ ଭାଇ ଟୋନି ମଧ୍ୟ ଭଉଣୀଙ୍କ ସପକ୍ଷରେ ବାହାରିଥିବା ଦେଖାଯାଇଥିଲା। ସେ ମଧ୍ୟ ନିଜର ସୋସିଆଲ ପେଜ୍‌ରେ ଏକ ଲମ୍ବା ପୋଷ୍ଟ ଲେଖିଥିଲେ।

Share