ନେହାଙ୍କ ସହ ବ୍ରେକ୍‌ଅପ୍‌କୁ ନେଇ ମୁହଁ ଖୋଲିଲେ ହିମାଂଶ: ସମସ୍ତଙ୍କ ନଜରରେ ଖଳନାୟକ ହୋଇଯାଇଥିଲେ

ବଲିଉଡ୍‌ ସିଙ୍ଗର ନେହା କକ୍କର ଏବଂ ହିମାଂଶ କୋହଲିଙ୍କ ବ୍ରେକ୍‌ଅପ୍‌କୁ ଇତି ମଧ୍ୟରେ ଅନେକ ଦିନ ହୋଇସାରିଛି। ଉକ୍ତ ସମୟରେ ଉଭୟଙ୍କ ବ୍ରେକ୍‌ଅପ୍‌କୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ଏଥିରେ ନେହା ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଥିଲେ। ସୋସିଆଲ ମିଡିଆରେ ନେହା ନିଜ ଭାବନାକୁ ପ୍ରଶଂସକଙ୍କ ନିକଟରେ ପ୍ରକାଶ କରିଥିଲେ। ହେଲେ ହିମାଂଶ ସମ୍ପୂର୍ଣ୍ଣ ରୂପେ ଚୁପ୍‌ ଥିଲେ। ଏବେ ସେ ମୁହଁ ଖୋଲିଛନ୍ତି। ଏକ ସାକ୍ଷାତକାରରେ ହିମାଂଶ କହିଛନ୍ତି ଯେ, ଏହା ଖରାପ ବ୍ରେକ୍‌ଅପ୍‌ ନ ଥିଲା। ମାତ୍ର ତାହା ଧୀରେ ଧୀରେ ଖରାପ ହେବାକୁ ଲାଗିଲା। ପ୍ରକୃତ କଥା କ’ଣ ତାହା କେହି ହେଲେ ଜାଣିବାକୁ ଚାହିଁଲେ ନାହିଁ। ଫଳରେ ସେ ଖଳନାୟକ ହୋଇଗଲେ । ଆହୁରୀ ମଧ୍ୟ ସେ କହିଛନ୍ତି, ଏକ ଟିଭି ଶୋ’ରେ ନେହା କାନ୍ଦି ପକାଇଲେ। ଯାହାକୁ ତାଙ୍କ ପ୍ରଶଂସକ ବିଶ୍ୱାସ କରିନେଲେ। ହିମାଂଶ ସେହି ସମୟରେ ଦର୍ଶକଙ୍କୁୁ ସବୁ ସତକଥା କହିବାକୁ ଚାହୁଁଥିଲେ। ମାତ୍ର ସେପରି କିଛି କଲେ ନାହିଁ। କାରଣ ନେହା ହେଉଛନ୍ତି ସେହି ଝିଅ ଯାହାକୁ ଦିନେ ମୁଁ ଭଲ ପାଉଥିଲି ବୋଲି ହିମାଂଶ କହିଛନ୍ତି। ବ୍ରେକ୍‌ଅପ୍‌ କାରଣ ବିଷୟରେ ପଚରାଯିବାରୁ ହିମାଂଶ କେବଳ କୁହନ୍ତି, ଉକ୍ତ ସମୟରେ ବହୁତ କିଛି ହୋଇଥିଲା ମାତ୍ର ସେ ବିଷୟରେ ଅଧିକ କିଛି କହିବାକୁ ମନା କରିଦେଇଛନ୍ତି।

Share