ନେହା-ଅଙ୍ଗଦ ପାଳିଲେ ଝିଅର ପ୍ରଥମ ଜନ୍ମଦିନ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ନେହା ଧୂପିଆ ଓ ସ୍ବାମୀ ତଥା ଅଭିନେତା ଅଙ୍ଗଦ ବେଦୀ ତାଙ୍କ ଲଳନାଙ୍କ ପ୍ରଥମ ଜନ୍ମବାର୍ଷିକୀ ସୋମବାର ପାଳନ କରିଛନ୍ତି। ଏହି ଅବସରରେ ଦୁହେଁ ଝିଅ ମେହର ସହ ଏକ କ୍ୟୁଟ ଫଟୋ ଶେୟାର କରିଛନ୍ତି। ଏଥିସହ ନେହା ଓ ଅଙ୍ଗଦ ଜନ୍ମଦିନ ଅବସରରେ ଝିଅ ପାଇଁ ଏକ ସୁନ୍ଦର ବାର୍ତ୍ତା କ୍ୟାପଶନ୍‌ରେ ଲେଖିଛନ୍ତି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ମେହରଙ୍କ ପାଇଁ ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟିଛି। ପ୍ରାୟ ସମୟରେ ଅଙ୍ଗଦ ଓ ନେହା ଝିଅର ଫଟୋ ସୋସିଆଲ ମିଡିଆରେ ଶେୟାର କରୁଥିବା ଦେଖିବାକୁ ମିଳିଥାଏ।

Share