ନେହା କକ୍କଡ଼ଙ୍କୁ ବିବାହ ଶଗୁନ୍‌ ଭାବେ ଓଢ଼ଣୀ ଭେଟି ଦେଲେ କୁମାର ସାନୁ !

ମୁମ୍ବାଇ: ନେହା କକ୍କଡ଼ଙ୍କ ବିବାହ ଆଦିତ୍ୟ ନାରାୟଣଙ୍କ ସହିତ ହେବାକୁ ଯାଉଛି। ଏନେଇ ବିବାହ ଶଗୁନ୍‌ ଭାବେ କୁମାର ସାନୁ ନେହାଙ୍କୁ ଓଢ଼ଣୀ ଭେଟି ଦେଇଛନ୍ତି। ଏହା ଇଣ୍ଡିଆନ୍‌ ଆଇଡଲ୍‌-୧୧ର ଶୁଟିଂ ସେଟ୍‌ରେ ସମ୍ପନ୍ନ ହୋଇଛି। ଦୁହିଁଙ୍କ ବିବାହ ଆୟୋଜନ ଜୋର୍‌ସୋର୍‌ରେ ଜାରି ରହିଛି। ସେମାନଙ୍କର ବିବାହ ଫେବୃୟାରୀ ୧୪ରେ ହେବାର ସମ୍ଭାବନା ରହିଛି। ଇଣ୍ଡିଆନେ ଆଇଡଲ୍‌ ଶୋରେ ଆଦିତ୍ୟ ବହୁଥର ନେହାଙ୍କ ପ୍ରତି ନିଜର ପ୍ରେମ ପ୍ରକାଶ କରିସାରିଛନ୍ତି। କେବେ ସେ ରୋମାଣ୍ଟିକ୍‌ ଗୀତ ଗାଇଥିବାବେଳେ ଅନ୍ୟ କେତେକ ଥର ନେହାଙ୍କୁ ସହିତ ଡ୍ୟାନ୍ସ୍‌ ମଧ୍ୟ କରିସାରିଛନ୍ତି। ଏବେ ଦୁହିଁଙ୍କ ସମ୍ପର୍କ ନେଇ ଶୋ’ରେ ଜୋର୍‌ ସୋର୍‌ ଚର୍ଚ୍ଚା ଜାରି ରହିଛି।

Share