Categories: ଜାତୀୟ

ନେହେରୁଙ୍କ ଅଚାନକ ଅସ୍ତ୍ରବିରତି ଘୋଷଣା ଯୋଗୁ ସୃଷ୍ଟି ହୋଇଥିଲା ପିଓକେ: ଶାହ

ମୁମ୍ବାଇ,୨୨।୯ : ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ଯୋଗୁ ସମସ୍ୟା ସୃଷ୍ଟି ହେବାରେ ଲାଗିଛି। ତେବେ ଏହା ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ୍‌ ନେହେରୁଙ୍କର ଏକ ଐତିହାସିକ ଭୁଲ୍‌ ଥିଲା ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମହାରାଷ୍ଟ୍ର ଗସ୍ତ ଅବସରରେ ରବିବାର କହିଛନ୍ତି। ୧୯୪୭ରେ ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତୀୟ ସେନା ଅନୁପ୍ରବେଶକାରୀଙ୍କୁ ହଟାଇ ଆଗକୁ ମାଡ଼ି ଚାଲିଥିବାବେଳେ ନେହେରୁ ଅଚାନକ ଅସ୍ତ୍ରବିରତି ଘୋଷଣା କରିଥିଲେ। ଏହାର ଫଳ ସ୍ବରୂପ ପିଓକେ ସୃଷ୍ଟି ହୋଇଥିଲା। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ନେଇ ଶାହ କହିଛନ୍ତି ଯେ, ଏଠାରେ ଶିବସେନା ଏବଂ ଭାଜପା ମେଣ୍ଟ ସରକାର ଗଠନ ହେବା ନିଶ୍ଚିତ। ସେହିପରି ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ଼ନଭୀସ୍‌ ପୁଣି ଡୋର ଧରିବେ ବୋଲି ଶାହ ସୂଚନା ଦେଇଛନ୍ତି।

Share