Categories: ଜାତୀୟ

ନେହେରୁ, ଇନ୍ଦିରାଙ୍କ ବିରୋଧରେ ମନ୍ତବ୍ୟ ଦେଇ ଗିରଫ ହେଲେ ବଲିଉଡ୍‌ ଅଭିନେତ୍ରୀ ପାୟଲ

ନୂଆଦିଲ୍ଲୀ,୧୫।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ମନ୍ତବ୍ୟ ଦେଇ ବଲିଉଡ୍‌ ଅଭିନେତ୍ରୀ ପାୟଲ ରୋହତଗୀ ଗିରଫ ହୋଇଛନ୍ତି। ଏନେଇ ପାୟଲ ଫେସବୁକ୍‌ରେ ସୂଚନା ଦେଇଛନ୍ତି। ତାଙ୍କୁ ରାଜସ୍ଥାନ ପୋଲିସ ଗିରଫ କରିଥିବା ସେ କହିଛନ୍ତି। ଆଇଟି ଅଧିନିୟମ ଧାରା ୬୬ ଏବଂ ୬୭ ଅନ୍ତର୍ଗତ ତାଙ୍କୁ ଗିରଫ କରାଯାଇଛି। ବୁନ୍ଦିର ସଦର ଥାନାରେ ଏନେଇ ଏକ ମାମଲା ଦାଏର ହୋଇଥିଲା। ମୋତିଲାଲ ନେହେରୁଙ୍କ ଉପରେ ଏକ ଭିଡ଼ିଓ ପ୍ରସ୍ତୁତ କରୁଥିବାବେଳେ ଏପରି ହୋଇଥିବା ସେ କହିଛନ୍ତି। ଗୁଗୁଲରେ ଉପଲବ୍ଧ ସୂଚନା ପାୟଲ ବ୍ୟବହାର କରିଥିବା କହିଛନ୍ତି। କଂଗ୍ରେସ ନେତା ଚର୍ମେଶ ଶର୍ମା ଏନେଇ ଏକ ମାମଲା ଦାଏର କରିଥିବା ଏସ୍‌ପି ମମତା ଗୁପ୍ତା ସୂଚନା ଦେଇଛନ୍ତି। ପାୟଲଙ୍କୁ ଅହମ୍ମଦାବାଦରୁ ଗିରଫ କରି ବୁନ୍ଦି ଅଣାଯାଉଛି। ସୋମବାର ଜାମିନ ଉପରେ ବିଚାର ହେବ ବୋଲି ଏସ୍‌ପି କହିଛନ୍ତି।

Share