Categories: ଜାତୀୟ

ନେହେରୁ ଏବଂ ଦେବଗୌଡ଼ା ପରି ମୋଦି ମଧ୍ୟ କରୁଛନ୍ତି ଶୀର୍ଷାସନ

ନୂଆଦିଲ୍ଲୀ,୧୬।୫: ଦେଶର ୩ ଜଣ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ କେତେକ ସମାନତା ରହିଛି। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁ ଏବଂ ଏଚ.ଡି. ଦେବଗୌଡ଼ାଙ୍କ କେତେକ ବ୍ୟକ୍ତି ଗତ ଚଳଣିରେ ସାମ୍ୟତା ରହିଛି। ନେହେରୁ ଶୀର୍ଷାସନ କରିବାକୁ ଭଲ ଭାଉଥିଲେ। ପ୍ରତିଦିନ ସକାଳୁ ଉଠି କିଛି ସମୟ ଶୀର୍ଷାସନ ପରେ ସେ ଅନ୍ୟକାମ କରୁଥିଲେ। ସେହିପରି ଦେବଗୌଡ଼ା ମଧ୍ୟ ଏହି ଆସନ କରୁଥିଲେ। ସେହି ଧାରାରେ ମୋଦି ମଧ୍ୟ ପ୍ରତିଦିନ ଶୀର୍ଷାସନ କରିଥାନ୍ତି। ଏହା ଦ୍ୱାରା ମସ୍ତିଷ୍କରେ ରକ୍ତସଞ୍ଚାଳନ ବୃଦ୍ଧି ପାଇ ମାନସିକ ଚାପରୁ ମୁକ୍ତି ମିଳିଥାଏ। ଏହି ଆସନ ଦ୍ୱାରା ଯୁବସୁଲଭ ଠାଣି ବଜାୟ ରହିବା ସହିତ କାର୍ଯ୍ୟ କରିବା ଲାଗି ଆଗ୍ରହ ସୃଷ୍ଟି ହୋଇଥାଏ ବୋଲି କେତେକ କହିଥାନ୍ତି।

Share