Categories: ଜାତୀୟ

ନୋଏଡ଼ାରେ ୨ ମାସ ପର୍ଯ୍ୟନ୍ତ ୧୪୪ ଧାରା ଜାରି

ନୂଆଦିଲ୍ଲୀ, ୮।୮: ଉତ୍ତରପ୍ରଦେଶ ନୋଏଡ଼ାରେ ଆସନ୍ତା ୨ ମାସ ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଏଭଳି କରାଯାଇଥିବା କୁହାଯାଉଛି। କୌଣସି ସ୍ଥାନରେ ୪-୫ ଜଣ ଲୋକ ଏକାଠି ହେବାକୁ ବାରଣ କରାଯାଇଛି। ଏନେଇ ସ୍ଥାନୀୟ ଗୌତମ ବୁଦ୍ଧ ନଗର ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଅବଗତ କରାଯାଇଛି। ଆଗକୁ ଇଦ୍‌ ଜ୍ଜୁହା, ସ୍ବାଧୀନତା ଦିବସ, ରକ୍ଷାବନ୍ଧନ, ଜନ୍ମାଷ୍ଟମୀ ଆଦି ପର୍ବ ଥିବାରୁ ଶାନ୍ତି ଶୃଙ୍ଖଳା ଯେପରି ବ୍ୟାହତ ନ ହେବ ସେଥିଲାଗି ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହା ସହିତ କେତେକ ସରକାରୀ ପରୀକ୍ଷା ମଧ୍ୟ ଏହି ସମୟରେ ଅନୁଷ୍ଠିତ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Share