Categories: ଜାତୀୟ

ନୋଏଡାରେ ଚତୁର୍ଥ କରୋନା ରୋଗୀ

ନୋଏଡା,୧୮।୩: ଉତ୍ତରପ୍ରଦେଶ ନୋଏଡାରେ କରୋନା ଭାଇରସ୍‌ ସଂକ୍ରମଣରେ ଆଉ ଜଣେ ବ୍ୟକ୍ତି ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହାକୁ ମିଶାଇ ନୋଏଡାରେ ଏପର୍ଯ୍ୟନ୍ତ ସଂକ୍ରମିତଙ୍କ ସଂଖ୍ୟା ୪ ହୋଇଥିବା ବେଳେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪୯କୁ ବୃଦ୍ଧି ପାଇଛ।  ସୂଚନାଯୋଗ୍ୟ, ନୋଏଡାରେ ରହୁଥିବା ୨୬ ବର୍ଷୀୟ ଯୁବକ ଏକ କମ୍ପାନୀରେ କାର୍ଯ୍ୟ କରନ୍ତି। ନିକଟରେ ଉକ୍ତ ଯୁବକ ଓ ତାଙ୍କ ପତ୍ନୀ ଇଣ୍ଡୋନେସିଆ ବୁଲିବାକୁ ଯାଇଥିବା ୪ ଦିନ ପୁର୍ବରୁ ସେମାନେ ଫେରିଛନ୍ତି। ଏହାପରେ ଯୁବକଙ୍କ ନିକଟରେ କରୋନା ଲକ୍ଷଣ ଦେଖାଦେବାରୁ ଯାଞ୍ଚ କରାଇଥିଲେ। ବୁଧବାର ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏହାପରେ ତାଙ୍କୁ ଗ୍ରେଟର ନୋଏଡାରେ ଥିବା ଜିମ୍ସ ହସ୍ପିଟାଲରେ ଆଇସୋଲେଶନ୍‌ ଓ୍ବାର୍ଡରେ ରଖାଯାଇଛି। ଅପରପକ୍ଷେ ପୀଡିତ ଯୁବକଙ୍କ ପତ୍ନୀଙ୍କୁ ମଧ୍ୟ ଯାଞ୍ଚ କରାଯାଇ ଆଇସୋଲେଶନ୍‌ରେ ରଖାଯାଇଥିବା ଜଣାପଡ଼ିଛି। ଏବେ ତାଙ୍କର ରିପୋର୍ଟ ଆସି ନାହିଁ। ରିପୋର୍ଟ ଆସିବା ପରେ ପରବର୍ତ୍ତି ପଦକ୍ଷେପ ନିଆଯିବ ବୋଲି ସିଏମ୍‌ଓ ଡା ଅନୁରାଗ ଭାର୍ଗବ କହିଛନ୍ତି।

Share