‘ନୋକ୍‌ ଝୋକ୍‌’ରେ ଦୀପିକାଙ୍କ ରୋମାନ୍ସ

ମୁମ୍ବାଇ: ଦୀପିକା ପାଦୁକୋନ୍‌ଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଛପାକ୍‌’ର ରିଲିଜ୍‌କୁ ଦର୍ଶକେ ଖୁବ୍‌ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ୨୦୧୯ ବର୍ଷ ଶେଷରେ ଫିଲ୍ମର ଟ୍ରେଲର୍‌ ରିଲିଜ୍‌ ଦୀପିକାଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଏକ ବଡ଼ ଉପହାର ସଦୃଶ ଥିଲା। ଏବେ ଫିଲ୍ମର ପ୍ରଥମ ରୋମାଣ୍ଟିକ୍‌ ଗୀତ ରିଲିଜ୍‌ ହୋଇଯାଇଛି, ଯାହାକୁ ଦର୍ଶକେ ଖୁବ୍‌ ପସନ୍ଦ ମଧ୍ୟ କରୁଛନ୍ତି।
ରିଲିଜ୍‌ ହୋଇଯାଇଛି ଫିଲ୍ମ ‘ଛପାକ୍‌’ର ପ୍ରଥମ ରୋମାଣ୍ଟିକ୍‌ ମ୍ୟୁଜିକ୍‌ ଭିଡିଓ ‘ନୋକ୍‌ ଝୋକ୍‌’। ଏଥିରେ ଦୀପିକା ଏବଂ ବିକ୍ରାନ୍ତଙ୍କ ଜବରଦସ୍ତ କେମିଷ୍ଟ୍ରୀ ଦେଖିବାକୁ ମିଳିଛି। ଗୀତରେ ଧୀରେ ଧୀରେ ଦୁହେଁ ପରସ୍ପରର ପ୍ରେମରେ ପଢ଼ୁଥିବା ଦେଖିବାକୁ ମିଳିଛି। ଇସାରା, ଇସାରାରେ କଥା ମଧ୍ୟ ହେଉଛନ୍ତି। ଏହି ରୋମାଣ୍ଟିକ୍‌ ଟ୍ରାକ୍‌ଟିକୁ ଗୁଲ୍‌ଜାର ଲେଖିଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶଙ୍କର-ଏହଶାନ୍‌-ଲୟ। କଣ୍ଠଦାନ କରିଛନ୍ତି ସିଦ୍ଧାର୍ଥ ମହାଦେବନ୍‌।
ଏସିଡ୍‌ ଆଟାକ୍‌ ପୀଡ଼ିତା ଲକ୍ଷ୍ମୀ ଅଗ୍ରଓ୍ବାଲଙ୍କ ଜୀବନୀ ଉପରେ ଫିଲ୍ମର କାହାଣୀ ଆଧାରିତ। ଦୀପିକା ଫିଲ୍ମରେ ଏସିଡ୍‌ ଆଟାକ୍‌ ପୀଡ଼ିତା ମାଳତି ଚରିତ୍ରରେ ଅଭିନୟ କରିଥିବାବେଳେ ତାଙ୍କ ଅପୋଜିଟ୍‌ରେ ବିକ୍ରାନ୍ତ ମାସି ମଧ୍ୟ ମୁଖ୍ୟ ଭୂମିକାରେ ନଜରକୁ ଆସିବେ। ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୨୦୨୦ ଜାନୁୟାରୀ ୧୦ରେ ରିଲିଜ୍‌ ହେବ।

Share