Categories: ବାଣିଜ୍ୟ

ନୋଟ ବ୍ୟବହାର ବୃଦ୍ଧିକୁ କମାଇଛି ବିମୁଦ୍ରୀକରଣ: ସୀତାରାମନ

ନୂଆଦିଲ୍ଲୀ,୧୧-୧୨: ବିମୁଦ୍ରୀକରଣ ଏବଂ ପରେ ପରେ ଲାଗୁ ହୋଇଥିବା ଡିଜିଟାଲ ନେଣଦେଣ ଦ୍ୱାରା ନୋଟ ବ୍ୟବହାର ବୃଦ୍ଧିକୁ କମାଯାଇ ପାରିଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମଙ୍ଗଳବାର କହିଛନ୍ତି। ଏଭଳି ପଦକ୍ଷେପ ଦ୍ୱାରା ୩ ଲକ୍ଷ କୋଟି ଟଙ୍କାର ନୋଟ ପ୍ରଚଳନ କମାଯାଇଛି। ରାଜ୍ୟସଭାକୁ ଏକ ଲିଖିତ ଉତ୍ତରରେ ସୀତାରାମନ କହିଛନ୍ତି ଯେ, ପ୍ରଚଳନରେ ଥିବା ମୁଦ୍ରା(ଏନ୍‌ଆଇସି) ୨୦୧୬ ନଭେମ୍ବର ୪ରେ ସାରା ଦେଶରେ ୧୭.୭୪ ଲକ୍ଷ କୋଟି ଟଙ୍କା ପ୍ରଚଳନରେ ଥିଲା। ଚଳିତ ବର୍ଷ ଡିସେମ୍ବର ୨ ସୁଦ୍ଧା ଏହା ୨୨.୩୫ ଲକ୍ଷ କୋଟି ଟପିଛି। ୨୦୧୪ ପରଠାରୁ ଅକ୍ଟୋବର ୨୦୧୬ ମଧ୍ୟରେ ଏନ୍‌ଆଇସିର ବାର୍ଷିକ ହାରାହାରି ଅଭିବୃଦ୍ଧି ୧୪.୫୧% ରହିଛି। ଏହା ହେଲେ ବର୍ତ୍ତମାନ ବ୍ୟବସ୍ଥାରେ ନୋଟ ପ୍ରଚଳନ ୨୫.୪୦ ଲକ୍ଷ କୋଟି ଟଙ୍କା ରହିବା କଥା। ମାତ୍ର ଏନ୍‌ଆଇସି ଏବେ ୨୨ ଲକ୍ଷ କୋଟି ଟଙ୍କା ରହିଛି। ଅର୍ଥାତ ୩ ଲକ୍ଷ କୋଟି ଟଙ୍କା ନୋଟ ପ୍ରଚଳନ କମ୍‌ କରାଯାଇଛି ବୋଲି ସ୍ପଷ୍ଟ କରିଛନ୍ତି।

Share