Categories: ଜାତୀୟ

ନୋବେଲ ବିଜେତା ଅଭିଜିତଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ,୨୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ନୋବେଲ ବିଜେତା ଅଭିଜିତ ବାନାର୍ଜୀଙ୍କୁ ସାକ୍ଷାତ୍‌ କରିଛନ୍ତିି। ଏହାପରେ ମୋଦି କହିଛନ୍ତି ଏହା ଏକ ଭଲ ସାକ୍ଷାତ୍‌କାର ଥିଲା। ମାନବ ସଶକ୍ତିକରଣ ପ୍ରତି ଅଭିଜିତଙ୍କ ଯେଉଁ ଦୃଷ୍ଟିଭଙ୍ଗି ରହିଛି ତାହା ସ୍ପଷ୍ଟ ବାରିହୋଇ ପଡିଛି। ତେବେ ସାକ୍ଷାତ୍‌କାର ସମୟରେ ଉଭୟଙ୍କ ମଧ୍ୟରେ ବିଭିନ୍ନ କଥା ଆଲୋଚନା ହୋଇଥିବା ମୋଦି ସୂଚନା ଦେଇଛନ୍ତି। ଆଉ ତାଙ୍କର ଏହି ସଫଳତାକୁ ନେଇ ଦେଶ ଗର୍ବ କରିବା ସହ ମୋଦି ତାଙ୍କର ଶୁଭ ମନାସିଛନ୍ତି। ସୂଚନାଯୋଗ୍ୟ, ୨୦୧୯ରେ ଅର୍ଥଶାସ୍ତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତୀୟ ମୂଳ ବାସିନ୍ଦା ଆମେରିକୀୟ ଅଭିଜିତ ବାନାର୍ଜୀଙ୍କୁ ନୋବେଲ ପୁରସ୍କାର ଦିଆଯାଇଛି।

Share