Categories: ବାଣିଜ୍ୟ

ନୋବେଲ ବିଜେତା ଅର୍ଥନୀତିଜ୍ଞ ଏରିକ ମାକ୍ସିନଙ୍କ ଆହ୍ବାନ; ସବୁ ଦେଶ ମିଶି ଆର୍ଥତ୍କ ସଙ୍କଟର ସାମ୍ନା କରନ୍ତୁ

ନୂଆଦିଲ୍ଲୀ,୫-୧: ବିଶ୍ୱସ୍ତରରେ ଏବେ ଜଳବାୟୁ ପରିବର୍ତ୍ତନ ଏବଂ ଆର୍ଥତ୍କ ସଙ୍କଟ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଏହି ସମସ୍ୟାକରୁ ବାହାରକୁ ଆସିବା ପାଇଁ ସବୁ ଦେଶ ମିଳିତ ହୋଇ ଲଢିବାର ଆବଶ୍ୟକତା ରହିଛି। ନୋବେଲ ବିଜେତା ଅର୍ଥନୀତିଜ୍ଞ ଏରିକ ମାକ୍ସିନ ଶନିବାର ବିଶ୍ୱସମୁଦାୟକୁ ଏହି ଆହ୍ବାନ ଦେଇଛନ୍ତି। ବିଶ୍ୱର ବିଭିନ୍ନ ଦେଶ ଏ କ୍ଷେତରେ ଉଭୟେ ଉଭୟଙ୍କୁ ସହଯୋଗ କରବା ସହ ଭେଦଭାବ ସୃଷ୍ଟି କରୁଥିବା ନୀତିକୁ ବିରୋଧ କରିବା ଉଚିତ ବୋଲି ମାକ୍ସିନ ମତ ରଖିଛନ୍ତି। ସବୁ ଦେଶ ଏକ ହୋଇ କାମ କରିବା ଏତେଟା ସହଜ କଥା ନୁହେଁ। କାରଣ ଦେଶଗୁଡିକ ନିଜ ସ୍ବାର୍ଥକୁ ଆଗେ ଦେଖୁଛନ୍ତି।
ବିଶ୍ୱ ସାମ୍ନାରେ ରହିଥିବା ଚ୍ୟାଲେଞ୍ଜ ଉପରେ ମତ ରଖି ସେ କହିଛନ୍ତି ଯେ, ବିଶ୍ୱ ସମୁଦାୟ ଅନ୍ତର୍ଜାତୀୟ ଚୁକ୍ତିରେ ସାମିଲ ହୋଇ ଏ ଦିଗରେ ଅଗ୍ରସର ହୋଇ ପାରିବେ। ଅଙ୍ଗାରକାମ୍ଳ ନିର୍ଗମନକୁ ଏକ ସୁରକ୍ଷିତ ସ୍ଥିତିରେ ରଖିବା ନେଇ ଚୁକ୍ତି ଦ୍ୱାରା ଦେଶଗୁଡିକ ନିଜର ଯୋଗଦାନ ରଖି ପାରିବେ। ଏହା ଏତେଟା ସହଜ ପ୍ରସଙ୍ଗ ନୁହେଁ। ଅନ୍ୟ ଦେଶର ଅଙ୍ଗାରକାମ୍ଳ ହ୍ରାସ କଥା ଉଠିଲେ କିଛି ଦେଶ ଖୁସି ହୋଇଥାନ୍ତି। ମାତ୍ର ନିଜ ଉପରକୁ କଥା ଆସିଲେ ଏହାକୁ ପାଳନ କରିବା ପରିବର୍ତ୍ତେ ଓହରିବାକୁ ଚିନ୍ତା କରନ୍ତି। ଆର୍ଥତ୍କ ସ୍ବାର୍ଥ ଜଡିତ ଥିବା କାରଣରୁ ଦେଶ ସମୂହ ଏଦିଗରେ ଅନେକ କଥା ଚିନ୍ତା କରନ୍ତି ବୋଲି ସେ ମତ ରଖିଛନ୍ତି।
ମାକ୍ସିନ ୨୦୦୭ରେ ଅର୍ଥନୀତିରେ ନୋବେଲ ପୁରସ୍କାର ଲାଭ କରିଥିଲେ। ସେ କହିଛନ୍ତି ଯେ, ଆର୍ଥତ୍କ ସଙ୍କଟ ରୋକିବା ଲାଗି ଏକ ବିସ୍ତୃତ ବ୍ୟବସ୍ଥାର ଆବଶ୍ୟକତା ରହିଛି। ୧୦ ବର୍ଷ ଏକ ବଡ ଆର୍ଥତ୍କ ସଙ୍କଟ ଆସିଥିଲା, ଯାହା ୧୯୩୦ ପରେ ସବୁଠାରୁ ବଡ ଥିଲା। ଏହା ଆର୍ଥତ୍କ ସଙ୍କଟର ରୂପ ନେଇଥିଲା। ୧୦ ବର୍ଷ ପୂର୍ବର ଏହି ସମସ୍ୟା ଠାରୁ ବର୍ତ୍ତମାନ ଯାଏ ସମ୍ପୂର୍ଣ୍ଣ ମୁକୁଳିବା ସମ୍ଭବ ହୋଇ ପାରି ନାହିଁ। ଆର୍ଥତ୍କ ସଙ୍କଟକୁ ରୋକିବା ଲାଗି ଜ୍ଞାନକୌଶଳ ସହ ରାଜନୈତିକ ସମସ୍ୟା ରହିଥିବା ସେ ମତ ଦେଇଛନ୍ତି। ଏ କ୍ଷେତ୍ରରେ ନୀତି ନିର୍ଦ୍ଧାରଣ ବେଳେ ଦେଶ ଗୁଡିକ ବିଶ୍ୱ ସ୍ତରୀୟ ହେବା ପରିବର୍ତ୍ତେ ରାଷ୍ଟ୍ର ସ୍ତରରେ ହିଁ ଯାଉଛନ୍ତି। ଏହା ଅତ୍ୟନ୍ତ ଚିନ୍ତାର ବିଷୟ। ଆର୍ଥତ୍କ ସଙ୍କଟ ଏବଂ ଜଳବାୟୁ ପରିବର୍ତ୍ତନ ଭଳି ସମସ୍ୟା କେବଳ ଅନ୍ତର୍ଜାତୀୟ ସହଯୋଗ ଦ୍ୱାରା ହିଁ ସମ୍ଭବ। ଦେଶଗୁଡିକ ଏକ୍ଷେତ୍ରରେ ସଙ୍କୁଚିତ ମନୋଭାବ ରଖିଲେ ଏହା ସେମାନଙ୍କ ଲାଗି ଫାଇଦା ଦେବ ନାହିଁ ବୋଲି ମାକ୍ସିନ କହିଛନ୍ତି।

Share