ନୋ କଣ୍ଡୋମ୍‌ସ୍‌ ପ୍ଲିଜ୍‌

ମୁମ୍ବାଇ : ବଲିଉଡ୍‌ରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଥିବା ଅଭିନେତା ଭିକି କୌଶଲ ଏବେ ଚର୍ଚ୍ଚାରେ ଅଛନ୍ତି। ବଲିଉଡ୍‌ ହିଟ୍‌ଫିଲ୍ମ ‘ଉରି’ ଓ ‘ରାଜି’ରେ ଚମତ୍କାର ଅଭିନୟ ମାଧ୍ୟମରେ ସେ ଦର୍ଶକଙ୍କ ମନ ଜିଣିନେଇଛନ୍ତି। ବଲିଉଡ୍‌ରେ ତାଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। କେତେବେଳେ ଭଲ ଆକ୍ଟିଂକୁ ନେଇ ତ ପୁଣି କେତେବେଳେ ଲଭ୍‌ ଆଫେୟାର୍ସକୁ ନେଇ। ତନୁପାତଳୀ କାଟ୍ରିନା କୈଫ୍‌ଙ୍କ ସହ ଆଫେୟାର୍ସକୁ ନେଇ ଭିକି ହେଡ୍‌ଲାଇନ୍ସ୍‌ରେ ରହିଛନ୍ତି। ଏବେ ପୁଣି କଣ୍ଡୋମ୍‌ସ ସହ ଜଡ଼ିତ ଏକ ଫିଲ୍ମରେ କାମ କରିବା ଲାଗି ମନା କରିବାରୁ ସେ ଚର୍ଚ୍ଚାକୁ ଆସିଛନ୍ତି। ଲାଜକୁଳା ସ୍ବଭାବର ଭିକି ‘ନୋ କଣ୍ଡୋମ୍‌ସ୍‌ ପ୍ଲିଜ୍‌’ କହି ଏହି ଫିଲ୍ମରୁ ମୁହଁ ଫେରାଇ ଦେଇଛନ୍ତି। ସନ୍ନି ଏଣ୍ଟର୍‌ଟେନ୍‌ମେଣ୍ଟ୍‌ ଟେଲିଭିଜନ ପକ୍ଷରୁ ଭିକିଙ୍କୁ ଏହି ଅଫର୍‌ ଦିଆଯାଇଥିଲା। ହେଲେ ସେ ସଫା ସଫା କଣ୍ଡୋମ୍‌ସ୍‌ ସହ ଜଡ଼ିତ କୌଣସି ଫିଲ୍ମରେ କାମ କରିବାକୁ ଚାହୁଁ ନ ଥିବା କହିଥିଲେ। ପ୍ରକାଶଥାଉ କି, ଭୂତ୍‌ ପାର୍ଟ-୧, ଦ ହଣ୍ଟେଡ୍‌ ଶିିପ୍‌, ସର୍ଦ୍ଦାର୍‌ ଉଦ୍ଧମ ସିଂ ଓ ମାନେକ୍‌ ଶ’ ଭଳି ଅନେକ ଫିଲ୍ମରେ ଭିକି ବ୍ୟସ୍ତ ଅଛନ୍ତି।

Share