ଶ୍ରୀନଗର, ୧।୧: ଜମ୍ମୁ-କଶ୍ମୀର ରାଜୌରୀ ଜିଲାର ନୌଶେରା ସେକ୍ଟରରେ ନୂଆବର୍ଷରେ ଏକ ସର୍ଚ୍ଚ ଅପରେଶନ୍ରେ ୨ ଜଣ ଭାରତୀୟ ଯବାନ ଶହୀଦ୍ ହୋଇଛନ୍ତି। ନିୟନ୍ତ୍ରଣ ରେଖାରେ ପାକିସ୍ତାନୀ ଅନୁପ୍ରବେଶକାରୀ ଖାରି ଥରାୟତ୍ ଜଙ୍ଗଲ ଦେଇ ଭାରତରେ ପ୍ରବେଶ ପାଇଁ ଉଦ୍ୟମ କରୁଥିଲେ। ଆତ୍ମସମର୍ପଣ ଲାଗି ସେମାନଙ୍କୁ ଭାରତୀୟ ସେନା ପକ୍ଷରୁ ସତର୍କ ସୂଚନା ଦିଆଯାଇଥିଲା। ତେବେ ସେମାନେ ପ୍ରଥମେ ଗୁଳି ମାଡ଼ କରିଥିବା କୁହାଯାଉଛି।