Categories: ଜାତୀୟ

ନୌସେନାରେ ସାମିଲ ହେଲା ଶକ୍ତିଶାଳୀ ପଣ୍ଡୁବି ‘ଇମ୍ଫାଲ’

ନୂଆଦିଲ୍ଲୀ,୨୧।୧୦: ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ସଂସ୍ଥା ସିପିୟାର୍ଡ ମଜାଗନ ଡକ ସିପବିଲ୍ଡର୍ସ ଲିମିଟେଡ (MDL) ନୌସେନା ପାଇଁ ଏକ ଶକ୍ତିଶାଳୀ ପଣ୍ଡୁବି(ବୁଡା ଜାହାଜ) ପ୍ରସ୍ତୁତ କରିଛ। ଇମ୍ପାଲ ନାମକୁ ଏହି ଶକ୍ତିଶାଳୀ ବୁଡାଜାହାଜକୁ ନୌସେନାକୁ ହସ୍ତାନ୍ତର କରାଯାଇଛି। ଭାରତୀୟ ନୌସେନା କହିଛି ଯେ, ଇମ୍ଫାଲ ସ୍ବଦେଶୀ ବିକଶିତ ଅସ୍ତ୍ର ଓ ସେନ୍ସର ସହିତ ସଜ୍ଜିତ ହୋଇଛି। ଏଥିରେ ହଲ-ମାଉଣ୍ଟେଡ ସୋନାର ହାମସା ଏନଜି, ଭାରି ଓଜନ ଟର୍ପେଡୋ ଟ୍ୟୁବ ଲଞ୍ଚର୍‌ ଏବଂ ଏଏସଡବ୍ଲୁ ରକେଟ ଲଞ୍ଚର୍‌ ମଧ୍ୟ ରହିଛି।

Share