Categories: ଜାତୀୟ

ନୌସେନାର କ୍ଷେପଣାସ୍ତ୍ର ପରୀକ୍ଷା ସଫଳ

ନୂଆଦିଲ୍ଲୀ,୧୮ା୫: ଭାରତୀୟ ନୌସେନା ପକ୍ଷରୁ ଶୁକ୍ରବାର ଭୂପୃଷ୍ଠରୁ ଆକାଶ ମାର୍ଗକୁ ନିକ୍ଷେପ କରାଯାଇ ପାରୁଥିବା ମଧ୍ୟମ ଧରଣ କ୍ଷେପଣାସ୍ତ୍ର (ଏମ୍‌ଆର୍‌ଏସ୍‌ଏମ୍‌)ର ସଫଳ ପରୀକ୍ଷଣ କରାଯାଇଛି। ଏ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପରୀକ୍ଷଣ ପରେ ଶତ୍ରୁ ସହ ଆକାଶ ମାର୍ଗରୁ କରାଯିବାକୁ ଥିବା ଯୁଦ୍ଧ କ୍ଷମତା ବୃଦ୍ଧି ପାଇଥିବା କୁହାଯାଇଛି। ଭାରତୀୟ ନୌସେନା ଏବଂ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା (ଡିଆର୍‌ଡିଓ)ର ସହଭାଗିତାରେ ଏହା ସଫଳ ହୋଇଛି।

Share