Categories: ଜାତୀୟ

ନୌସେନାର ୭ ଅଧିକାରୀ ଗିରଫ

ନୂଆଦିଲ୍ଲୀ,୨୧ା୧୨: ପାକିସ୍ତାନ ପାଇଁ ଗୁପ୍ତଚରଗିରି କରୁଥିବା ଅଭିଯୋଗରେ ଭାରତୀୟ ନୌସେନାର ୭ ଅଧିକାରୀ ଗିରଫ ହୋଇଛନ୍ତି। ଆନ୍ଧ୍ରପ୍ରଦେଶର ଗୋଇନ୍ଦା ବିଭାଗ, ନୌସେନା ଓ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ପକ୍ଷରୁ ହୋଇଥିବା ମଳିତ ଅଭିଯାନ ‘ଅପରେଶନ ଡଲଫିନ୍ସ ନୋଜ୍‌’ରେ ଏହି ରାକେଟର ପର୍ଦ୍ଦାଫାଶ ହୋଇଛି। ଏନେଇ ଏକ ମାମଲା ରୁଜୁ ହୋଇଛି। ଆଉ କେତେଜଣ ସନ୍ଦିଗ୍ଧଙ୍କୁ ଏହି ମାମଲାରେ ପଚରାଉଚରା କରାଯାଉଛି ବୋଲି ଆନ୍ଧ୍ର ପୋଲିସ ମହାନିର୍ଦ୍ଦେଶକ ଡି. ଗୌତମ ସାଓ୍ବଙ୍ଗ ଶୁକ୍ରବାର କହିଛନ୍ତି।

Share