Categories: ଜାତୀୟ

ନୌସେରା ସେକ୍ଟରରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ୨ ଭାରତୀୟ ଯବାନ ଆହତ

ଶ୍ରୀନଗର,୬।୭: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ରାଚୌରୀ ଜିଲାର ରୋମାଲି ଧାରାସ୍ଥିତ ନୌସେରା ସେକ୍ଟରରେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ଭାରତୀୟ ପୋଷ୍ଟକୁ ଲକ୍ଷ୍ୟ କରି ଶୁକ୍ରବାର ରାତ୍ର ୯ଟା ପରେ ମୋର୍ଟାର ସେଲିଂ ମାଡ଼ କରାଯାଇଥିତ୍ଲା। ଏନେଇ ଶନିବାର ସେନା ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ୨ ଜଣ ଭାରତୀୟ ଯବାନ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ମିଲିଟାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭାରତୀୟ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକ ପକ୍ଷରୁ ପାଲଟା ଆକ୍ରମଣ ମଧ୍ୟ କରାଯାଇଛି। ଦୁଇପକ୍ଷଙ୍କମଧ୍ୟରେ ରାତ୍ର ୧୦ଟା ୩୦ ପର୍ଯ୍ୟନ୍ତ ମୋର୍ଟାର ସେଲିଂ ମାଡ଼ ଜାରି ରହିଥିବା କୁହାଯାଉଛି।

Share