Categories: ଖେଳ

ନ୍ୟାଶନାଲ କ୍ରିକେଟ ଲିଗ୍‌: ସିଡିଏ ଡିଏଭିର ପ୍ରୀତିଶ ଦ୍ୱିତୀୟ ରାଉଣ୍ଡକୁ ଉନ୍ନୀତ

କଟକ,୨୦ା୬(କାର୍ତ୍ତିକ ସାହୁ): କୋଲକାତାରେ ଖେଳାଯାଇଥିବା ନ୍ୟାଶନାଲ କ୍ରିକେଟ ଲିଗ୍‌(ଏନ୍‌ସିଏଲ)ର ଷ୍ଟେଟ ସେଲେକ୍ସନ ମ୍ୟାଚ୍‌ରେ ପ୍ରୀତିଶ ମିଶ୍ର ଦ୍ୱିତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି।

କଟକ ସିଡିଏସ୍ଥିତ ଡିଏଭି ପବ୍ଲିକ ସ୍କୁଲର ବାମ ହାତୀ ବ୍ୟାଟ୍‌ସ ମ୍ୟାନ୍‌ ପ୍ରୀତିଶ ବିଭିନ୍ନ ବୟସ ବର୍ଗର ଖେଳାଳିମାନଙ୍କୁ ପଛରେ ପକାଇ ବ୍ୟାଟିଂରେ ସର୍ବାଧିକ ରନ୍‌ କରିଛନ୍ତି। ଆଗାମୀ ଜୁଲାଇ ମାସରେ ଭୁବନେଶ୍ୱରରେ ହେବାକୁ ଥିବା ଦ୍ୱିତୀୟ ରାଉଣ୍ଡ ଖେଳ ନିମନ୍ତେ ସେ ଚୟନ ହୋଇଛନ୍ତି।

ପ୍ରୀତିଶ ମାତ୍ର ୧୩ ବର୍ଷ ବୟସର ହୋଇଥିଲେ ମଧ୍ୟ ତାଙ୍କଠାରୁ ଉର୍ଦ୍ଧ୍ୱ ବୟସର ଖେଳାଳି ଯଥା ଅଣ୍ଡର ୨୩, ୧୯, ଏବଂ ୧୬ ଖେଳାଳୀଙ୍କ ବୋଲିଂକୁ ଦୃଢ଼ତାର ସହ ସମ୍ମୁଖୀନ କରି ଲିଡର ବୋର୍ଡରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ଓଡ଼ିଶାରୁ ଅନ୍ୟ ଖେଳାଳିମାନେ ମଧ୍ୟ ଭାଗ ନେଇଥିଲେ। ତନ୍ମଧ୍ୟରୁ ସିଡିଏ ଡିଏଭି ପବ୍ଲିକ ସ୍କୁଲର ଦିବ୍ୟାଂଶୁ ନାୟକ ବୋଲିଂରେ ୨ୟ ସ୍ଥାନରେ ଥିବାବେଳେ ଅସ୍ମିତ ଅଂଶୁମାନ ବ୍ୟାଟିଂରେ ୪ର୍ଥ ସ୍ଥାନରେ ଅଛନ୍ତି।

Share