Categories: ଖେଳ

ନ୍ୟାଶନାଲ ମାଷ୍ଟର୍ସ ଗେମ୍ସ: ପାର୍ବତୀଙ୍କୁ ଦ୍ୱିତୀୟ ସ୍ବର୍ଣ୍ଣ

ଭୁବନେଶ୍ୱର, ୮।୨(ସ୍ପୋଟର୍‌ସ ବ୍ୟୁରୋ)-
ବରୋଦାରେ ଚାଲିଥିବା ନ୍ୟାଶନାଲ ମାଷ୍ଟର୍ସ ଗେମ୍ସର ୩ୟ ସଂସ୍କରଣରେ ଓଡ଼ିଶାର ତାରକା ଆଥଲେଟ ପାର୍ବତୀ ସେଠୀ ତାଙ୍କ ପ୍ରିୟ ଇଭେଣ୍ଟ ଡିସ୍‌କସ୍‌ ଥ୍ରୋରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଫଳରେ ଏହି ଗେମ୍ସରେ ପାର୍ବତୀଙ୍କ ସ୍ବର୍ଣ୍ଣ ସଂଖ୍ୟା ୨ରେ ପହଞ୍ଚତ୍ଛି। ସେ ବୁଧବାର ମହିଳା ଶଟ୍‌ପୁଟ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ରାଜ୍ୟ ପାଇଁ ଗୌରବ ଆଣିଦେଇଥିବାରୁ ତାଙ୍କର ଏହି ସଫଳତା ଲାଗି ବିଭିନ୍ନ ଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ପାର୍ବତୀଙ୍କୁ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତଟ ରେଳପଥର କ୍ରୀଡ଼ା ସଭାପତି ଅଜୟ କୁମାର ବେହେରା, ସମ୍ପାଦକ ଅଶୋକ କୁମାର ମିଶ୍ର, ପୂର୍ବତନ ରଣ୍‌ଜୀ ଖେଳାଳି ପବନ ଅଗ୍ରୱାଲ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ଆଗାମୀ ଦିନରେ ହେବାକୁ ଥିବା ଏସିଆନ ମାଷ୍ଟର ଗେମ୍ସ ପାଇଁ ପାର୍ବତୀ ଅଭ୍ୟାସ ଚଳାଇଛନ୍ତି। ପୂର୍ବରୁ ସେ ଅନେକ ଜାତୀୟ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଦକ୍ଷତା ଦେଖାଇ ସାରିଛନ୍ତି। ଆଗକୁ ଏସିଆନ ମାଷ୍ଟର୍ସ ଗେମ୍ସ ପାଇଁ ପାର୍ବତୀଙ୍କ ନାମ ଘୋଷଣା କରାଯାଇଛି। ଏଥିଲାଗି ଅର୍ଥ ବାଧକ ସାଜିଛି। ସେ ସରକାରଙ୍କ ସହଯୋଗ ଲୋଡିଛନ୍ତି।

Share