Categories: ବାଣିଜ୍ୟ

ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ କର୍ମଚାରୀଙ୍କୁ ଓ୍ବାର୍କ ଫ୍ରମ ହୋମ ବିକଳ୍ପ

ନୂଆଦିଲ୍ଲୀ,୧୯-୩: ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ପକ୍ଷରୁ ଏହାର କର୍ମଚାରୀଙ୍କୁ ଘରୁ କାମ କରିବା ବିକଳ୍ପ ପ୍ରଦାନ କରାଯାଇଛି। କରୋନା ପ୍ରଭାବ ଯୋଗୁ ଏଭଳି ନିଷ୍ପତ୍ତି ହୋଇଥିବା ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଟ୍ରେଡିଂ ପ୍ଲାଟଫର୍ମରେ କାମ କରୁଥିବା କର୍ମଚାରୀମାନେ ଅଫିସ ଆସିବାକୁ କୁହାଯାଇଛି। କର୍ମଚାରୀଙ୍କ ସୁରକ୍ଷା ଏବଂ କାମ ଯେଭଳି ଭଲ ପାରିବ ଚାଲି ପାରିବ ଉଭୟ ଦିଗକୁ ଧ୍ୟାନରେ ରଖାଯାଇଥିବା ଏନ୍‌ଏସ୍‌ଇ ପକ୍ଷରୁ ସୂଚନା ରହିଛି।

Share