Categories: ଜାତୀୟ

ନ୍ୟାଶନାଲ ହେରାଲ୍ଡ ମାମଲାର ଶୁଣାଣି ସ୍ଥଗିତ: ସୋନିଆ-ରାହୁଲଙ୍କ ବିରୋଧରେ ଠକେଇ ଅଭିଯୋଗ

ନୂଆଦିଲ୍ଲୀ,୨୧।୧୨: ନ୍ୟାଶନାଲ ହେରାଲ୍ଡ ମାମଲାରେ ଦିଲ୍ଲୀର ଏକ କୋର୍ଟ ଶନିବାର ଶୁଣାଣି ସ୍ଥଗିତ କରିଛନ୍ତି। ବିଚାରପତି ବିଶାଳ ଆହୁଜା ଛୁଟିରେ ଥିବାରୁ ପରବର୍ତ୍ତୀ ଶୁଣାଣି ଫେବୃୟାରୀ ୧କୁ ଧାର୍ଯ୍ୟ କରାଯାଇଛି। ଏଥିରେ ଭାଜପା ସଦସ୍ୟ ସୁବ୍ରମଣ୍ୟମ୍‌ ସ୍ବାମୀଙ୍କ ପକ୍ଷରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ଉପରେ ଠକେଇ ଅଭିଯୋଗ କରାଯାଇଛି। ନ୍ୟାଶନାଲ୍‌ ହେରାଲ୍ଡର ସମ୍ପତ୍ତିକୁ ୟଙ୍ଗ୍‌ ଇଣ୍ଡିଆ ପକ୍ଷରୁ ୫୦ ଲକ୍ଷ ଟଙ୍କାରେ କିଣାଯାଇଥିବା ଅଭିଯୋଗ ହୋଇଛି। ଏହାର ପ୍ରକୃତ ମୂଲ୍ୟ ୧୬ ଶହ କୋଟି ହେବ ବୋଲି ଏଥିରେ ଦର୍ଶାଯାଇଛି।

Share