Categories: ନୂଆପଡ଼ା

ନ୍ୟାସ୍‌ନାଲ କଲେଜ କ୍ୟାମ୍ପସରେ ୩ ଭାଲୁ

ନୂଆପଡା ଅଫିସ,୪।୧-ଦିନ ଦ୍ୱିପ୍ରହରେ ନୂଆପଡା ଜିଲା ସଦର ମହକୁମାରେ ଥିବା ନ୍ୟାସନାଲ କଲେଜ କ୍ୟାମ୍ପସକୁ ଶୁକ୍ରବାର ୩ଟି ବଣୁଆ ଭାଲୁ ଆସି ଆତଙ୍କ ଚଳାଇଥିବା ଦେଖାଯାଇଛି। ଅପରାହ୍ନ ୪ଟାବେଳେ ଆସି ଆଡ୍ଡା ଜମାଇ ରହିଛନ୍ତି। ଏହା କଲେଜ କର୍ମଚାରୀମାନଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି।
ନୂଆପଡା ସହରକୁ ଲାଗି ରହିଛି ସୁନାବେଡା ଅଭୟାରଣ୍ୟ ଏବଂ ଭାଲୁର ଗଡ କୁହାଯାଉଥିବା ସାଲିହା ଜଙ୍ଗଲ। ଏହି ଜଙ୍ଗଲ ଇଲାକାରେ ଅବାଧରେ ଚାଲିଛି ବହୁପଥର ଖାଦାନ। ଏଠାରେ ସବୁବେଳେ ବ୍ଲାଷ୍ଟିଂ ହେଉଥିବାବେଳେ ଜଙ୍ଗଲରେ ଖାଦ୍ୟାଭାବ ଯୋଗୁ ବନ୍ୟପ୍ରାଣୀମାନେ ଜନବସତିଗୁଡିକୁ ଚାଲିଆସୁଥିବାର ଦେଖାଯାଉଛି। ଏହାର ନଜିର ଏଠାରେ ଦେଖିବାକୁ ମିଳିଛି ା କଲେଜ କ୍ୟାମ୍ପସକୁ ଅପରାହ୍ନ ଠିକ ୪ଟାବେଳେ ୩ଗୋଟି ଭାଲୁ ଚାଲିଆସିଥିଲେ। ଏମାନେ କ୍ୟାମ୍ପସରେ ଥିବା ଅଡିଟରିୟମ ସାମନାରେ ଥିବା ପଡ଼ିଆରେ ବୁଲୁଥିଲେ। ଏମାନଙ୍କୁ ଦେଖିବାକୁ ସମସ୍ତ ଅଧ୍ୟାପିକାଅଧ୍ୟାପକ, ଛାତ୍ରୀଛାତ୍ର ଆସି ଠୁଳ ହୋଇଥିଲେ। କୋଳାହଳ ଶୁଣିମଧ୍ୟ ଏମାନେ ନିଶ୍ଚଳ ରହିଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ଏମାନେ ବୁଲୁଥିଲେ। ଏହାକୁ ନେଇ ବନ୍ୟପ୍ରାଣୀ ବିଭାଗ ପାଖରେ ମଧ୍ୟ କୌଣସି ଖବର ନ ଥିଲା। ଏହା ଉପରେ ତୁରନ୍ତ ବନ୍ୟପ୍ରାଣୀ ବିଭାଗ ହସ୍ତକ୍ଷେପ କରି ଘଉଡାଇବାର ବ୍ୟବସ୍ଥା କରିବାକୁ ଦାବି ହେଉଛି। ଅନ୍ୟପକ୍ଷେ ପଥର ବ୍ଲାଷ୍ଟିଂ ଉପରେ ପ୍ରଶାସନ ଅଙ୍କୁଶ ଲଗାଇବାର ଜରୁରୀ ହୋଇପଡ଼ିଛି।