Posted inUncategorized

ନ୍ୟାୟିକ ବ୍ୟବସ୍ଥାରେ ଇ-ଫାଇଲିଂ ଭର୍ସନ ୩.୦

କଟକ ଅଫିସ,୩।୪: କଟକସ୍ଥିତ ଓଡ଼ିଶା ଜୁଡିସିଆଲ ଏକାଡେମୀ ସଭାଗୃହରେ ଇ-ଫାଇଲିଂ ଭର୍ସନ ୩.୦, ଭଲନରେବୁଲ ୱିଟନେସ୍‌ ଡିପୋଜିଶନ୍‌ ସେଣ୍ଟର୍ସ ଆଣ୍ଡ୍‌ ଭର୍ଚୁଆଲ୍‌ କୋର୍ଟ ରୁମ୍‌ସ ଆଣ୍ଡ୍‌ ଓଡ଼ିଶା ଜୁଡିସିଆଲ ୱାର୍କ ଫ୍ଲୋ ଅଟୋମେଶନ ସିଷ୍ଟମ ଶନିବାର ଉଦ୍‌ଘାଟିତ ହୋଇଛି। ଏଥିରେ ସୁପ୍ରିମକୋର୍ଟ ବିଚାରପତି ଡି.ୱାଇ. ଚନ୍ଦ୍ରଚୁଡ, ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର, ଇ-କମିଟି ଅଧ୍ୟକ୍ଷ ଜଷ୍ଟିସ ଆର୍‌.ସି. ଚଭନ, ଜମ୍ମୁ-କଶ୍ମୀର ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଗୀତା ମିତଲ, ଓଡ଼ିଶା ହାଇକୋର୍ଟର ସମସ୍ତ ବିଚାରପତି, ଆଡ୍‌ଭୋକେଟ୍‌ ଜେନେରାଲ, ହାଇକୋର୍ଟ ବାର୍‌ ଆସୋସିଏଶନର କର୍ମକର୍ତ୍ତା, କଟକ ମହାନଗର ନିଗମ କମିଶନର ଅନନ୍ୟା ଦାସ, ଡିସିପି ପ୍ରତୀକ ସିଂ ପ୍ରମୁଖ ଯୋଗ ଦେଇଥିଲେ।
ଇ-ଫାଇଲିଂ ଭର୍ସନ ୩.୦ ହେଉଛି ଏନ୍‌ଆଇସି ଦ୍ୱାରା ପ୍ରସ୍ତୁତ ସୁବୁଠୁ ଅଧିକ ଫଳପ୍ରଦ ବ୍ୟବସ୍ଥା ା ଏହି ଭର୍ସନ ଲାଗୁ କରିବାରେ ଓଡ଼ିଶା ହାଇକୋର୍ଟ ଦେଶର ପ୍ରଥମ ବୋଲି ଓଡ଼ିଶା ଜୁଡିସିଆଲ ଏକାଡେମୀ ପକ୍ଷରୁ ଜାରି ହୋଇଥିବା ପ୍ରେସ୍‌ ବିବୃତିରେ ସୂଚନା ଦିଆଯାଇଛି। ଏହାଦ୍ୱାରା ସମସ୍ତ ଓକିଲ ଓ ମହକିଲମାନେ ଉପକୃତ ହେବେ। ଏହି ବ୍ୟବସ୍ଥା ରାଜ୍ୟର ସମସ୍ତ ଜିଲା ଜଜ୍‌ କୋର୍ଟ ଓ ତାଲୁକ୍‌ ସ୍ତରରେ ଉପଲବ୍ଧ ହେବ। ଦେଶର କେରଳ, ଓଡ଼ିଶା, ମହାରାଷ୍ଟ୍ରରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ପ୍ରଥମେ ରାଜ୍ୟର ଭଦ୍ରକ ଓ ମାଲକାନଗିରିରେ ଏହି ବ୍ୟବସ୍ଥା ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା। ଏପରି ବ୍ୟବସ୍ଥା ଦ୍ୱାରା ବିଭିନ୍ନ ସ୍ଥାନରୁ ସାକ୍ଷ୍ୟଗ୍ରହଣ କରାଯାଇପାରିବ ା ଏହି ଇ-ଫାଇଲିଂ ଭର୍ସନ ୩.୦ ବ୍ୟବସ୍ଥା ରାଜ୍ୟର ଅନୁଗୋଳ, ଭଦ୍ରକ, ବଲାଙ୍ଗୀର, କଟକ, ଜଗତ୍‌ସିଂହପୁର, କଳାହାଣ୍ଡି, କେନ୍ଦ୍ରାପଡା, ଭୁବନେଶ୍ୱର, କୋରାପୁଟ, ନୟାଗଡ, ନୂଆପଡା, ନବରଙ୍ଗପୁର, ମାଲକାନଗିରି, ସମ୍ବଲପୁର, ସୋନପୁରରେ ମଧ୍ୟ ଲାଗୁ କରାଯାଇଛି। ହାଇକୋର୍ଟ ବିଚାରପତି ବିଶ୍ୱଜିତ୍‌ ମହାନ୍ତି ସ୍ବାଗତ ଭାଷଣ ଓ ବିଚାରପତି ବିଭୁପ୍ରସାଦ ରାଉତରାୟ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ,୧୩।୪(ଦ୍ବିତୀକୃଷ୍ଣ ପଣ୍ଡା): ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଅପହରଣ କର ବଳାତ୍କାର କରିବା ଏବଂ ପରବର୍ତ୍ତୀ ସମୟରେ ଶାରୀରିକ ନିର୍ଯାତନା ଦେବା ନେଇ ହିଞ୍ଜିଳି ଥାନାରେ...

ଭୁବନେଶ୍ୱରରେ ରୁପା କିଲୋ ୧.୧୦ ଲକ୍ଷ

ଭୁବନେଶ୍ୱର,୧୩।୪ (ଅଭୟ ଦାଶ): ଘରୋଇ ବଜାରରେ କ୍ରମାଗତ ଭାବେ ସୁନା ଓ ରୁପାର ମୂଲ୍ୟ ବୃଦ୍ଧି ପାଇଚାଲିଛି। ଏପରିକି ସୁନା ଦର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା...

ଛଦ୍ମ ଭିକାରି

ଓଡ଼ିଶା ଏକ କୃଷିଭିତ୍ତିକ ରାଜ୍ୟ। ସମୟ ଥିଲା, କୃଷିଜୀବୀମାନେ ଥିଲେ ଏ ଦେଶର ପୃଷ୍ଠପୋଷକ। କୃଷକଟି ବିଲରେ ଖଟି ହିଡ଼ମାଟି ହିଡ଼ରେ ଲଦି ଯାହା ଅମଳ...

ଘରେ ଅସରପା ହେଉଛନ୍ତି କି? ତଡ଼ିବା ଲାଗି ଆପଣାନ୍ତୁ ଏହି ଉପାୟ…

ଘର ଅପରିଷ୍କାର ରହିଲେ ବିଭିନ୍ନ ପ୍ରକାରର କୀଟପତଙ୍ଗ ସୃଷ୍ଟି ହେବା ସ୍ବାଭାବିକ କଥା, ଯେମିତିକି ଅସରପା। ଅସରପା ଦେଖିବାକୁ ସିନା ଛୋଟ ଆକାରର ହୋଇଥାଏ; କିନ୍ତୁ...

‘ବିଧାନସଭା ଇତିହାସରେ କଳଙ୍କିତ ଇତିହାସ’

ଭୁବନେଶ୍ୱର,୨୬।୩:ରାଜ୍ୟରେ ମହିଳା ଅସୁରକ୍ଷିତ ଦର୍ଶାଇ ଗୃହକମିଟି ଦାବି କରି କଂଗ୍ରେସର ୧୪ ସଦସ୍ୟ ନିଲମ୍ବନ ହେବା ଘଟଣାକୁ ନେଇ ରାଜ୍ୟ କଂଗ୍ରେସ ପ୍ରତିବାଦ କରିଆସୁଛି ।...

ଏଡାଉଛନ୍ତି କି ସକାଳ ଜଳଖିଆ, ଦେଖାଦେଇ ପାରେ…

ଅଧିକାଂଶ ମହିଳା ସକାଳ ଜଳଖିଆ ସ୍କିପ୍‌ କରୁଥିବା ଦେଖିବାକୁ ମିଳେ। ଅପରପକ୍ଷେ କାର୍ଯ୍ୟବ୍ୟସ୍ତତା ହେଉ ଅବା ଅନ୍ୟ କାରଣ ପାଇଁ ଏପରି ବଦଭ୍ୟାସ ଗ୍ୟାସ୍‌, ଏସିଡିଟିଠାରୁ...

୩୬୫ ଦିନରେ ୩୫୦ କୋଟି ରୋଜଗାର କରିଛନ୍ତି ଅମିତାଭ ବଚ୍ଚନ: ଜାଣନ୍ତୁ କେତେ ଦେଲେ ଟ୍ୟାକ୍ସ

ହିନ୍ଦୀ ସିନେମାର ସୁପରଷ୍ଟାର ଅମିତାଭ ବଚ୍ଚନ କେବଳ ତାଙ୍କ ଫିଲ୍ମ ସହିତ ନୁହେଁ ବରଂ ତାଙ୍କ ଟିଭି ଶୋ ‘କୌନ ବନେଗା କରୋଡପତି’ ସହିତ ମଧ୍ୟ...

ହଠାତ୍‌ ବଡ଼ ନିଷ୍ପତ୍ତି ନେଇ ଚମକାଇଦେଲେ ଚହଲ, ଏଣିକି…

ନୂଆଦିଲ୍ଲୀ,୧୪।୩: ଭାରତର କିମ୍ବଦନ୍ତୀ ଲେଗ ସ୍ପିନର ୟୁଜଭେନ୍ଦ୍ର ଚହଲ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ୟୁଜଭେନ୍ଦ୍ର ଚହଲ ଏବେ ଅନ୍ୟ ଦେଶକୁ ଯାଇ କ୍ରିକେଟ ଖେଳିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image