Categories: ଜାତୀୟ

ନ୍ୟାୟିକ ବ୍ୟବସ୍ଥାରେ ମଣିଷର ବିଚାର କ୍ଷମତାର ସ୍ଥାନ ନେଇ ପାରିବନି ଏଆଇ: ପ୍ରଧାନ ବିଚାରପତି

ନାଗପୁର,୧୫।୧୨: ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ସମ୍ପ୍ରତି ଆର୍ଟିଫିସିଆଲ୍‌ ଇଣ୍ଟେଲଜେନ୍ସ(ଏଆଇ)ର ପ୍ରଚଳନ ପାଇଁ ଯୋଜନା ନାହିଁ। ଏହା ଖୁବ୍‌ ଭଲ ପ୍ରଣାଳୀ ତେବେ ଏହା ଦ୍ୱାରା ନ୍ୟାୟିକ ବ୍ୟବସ୍ଥାରେ ନକାରାତ୍ମକ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ଏଆଇ କେବେ ମଧ୍ୟ ମଣିଷର ବିଚାର କ୍ଷମତାର ସ୍ଥାନ ନେଇ ପାରିବନି ବୋଲି ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେ କହିଛନ୍ତି। ନାଗପୁରରେ ଆଇନଜୀବୀ ସଂଘର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏପରି ସୂଚନା ଦେଇଛନ୍ତି। କୋର୍ଟର ସାଧାରଣ କାର୍ଯ୍ୟ ଏଆଇ ଦ୍ୱାରା ଶୀଘ୍ର କରିହେବ। ତେବେ ଏହାକୁ ରାୟ କ୍ଷେତ୍ରରେ ଉପଯୋଗ କରାଯାଇ ପାରିବ ନାହିଁ ବୋଲି ବୋବଡେ କହିଛନ୍ତି।

Share