Categories: ଜାତୀୟ

‘ନ୍ୟାୟ କିଣାଯାଇପାରିବନି’

ନୂଆଦିଲ୍ଲୀ,୧୨ା୯(ପି.ଟି.): ନ୍ୟାୟକୁ ଏଭଳି ଢଙ୍ଗରେ କିଣାଯାଇପାରିବ ନାହିଁ ବୋଲି ବୁଧବାର ଭିଭିଆଇପି ହେଲିକପ୍ଟର ଦୁର୍ନୀତି ମାମଲାର ଶୁଣାଣି ବେଳେ ଉତ୍ତେଜିତ ସୁପ୍ରିମକୋର୍ଟ ଖଣ୍ଡପୀଠ କହିଛନ୍ତି। କଳାଧନ ଆଇନ ସମ୍ପର୍କିତ ଏକ ମାମଲାରେ ଖଣ୍ଡପୀଠ ଅଭିଯୁକ୍ତ ଗୌତମ ଖୈତାନଙ୍କ ଉପରେ ବର୍ଷିଥିଲେ। ୨୦୧୬ର କଳାଧନ ଆଇନ କିପରି ୨୦୧୫ ଜୁଲାଇରେ ରୁଜୁ ହୋଇଥିବା ମାମଲାରେ ପଛୁଆ ଭାବେ ଲାଗୁ ହୋଇପାରିବ ବୋଲି ଅଦାଲତ ପ୍ରଶ୍ନ କରିଥିଲେ। ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଖୈତାନଙ୍କ ଓକିଲ ୪ ସପ୍ତାହ ସମୟ ମାଗିବାରୁ ଅଭିଯୁକ୍ତ ସମୟ ଗଡ଼ାଇବା କୌଶଳ ଆପଣାଉଥିବା ଅନୁଭବ କରି ଖଣ୍ଡପୀଠ ବିରକ୍ତି ପ୍ରକାଶ କରିଥିଲେ। ତୁମ ଉଦ୍ଦେଶ୍ୟ ଆମେ ବୁଝିପାରୁଛୁ। ତୁମେ ଖଣ୍ଡପୀଠାରୁ ନିଜକୁ ଦୂରେଇବାକୁ ଚାହୁଁଛ। ନ୍ୟାୟକୁ ଏଭଳି ଭାବେ ବିଳମ୍ବିତ କରାଯାଇପାରିବ ନାହିଁ ବୋଲି ଜଷ୍ଟିସ ଅରୁଣ ମିଶ୍ର ଏବଂ ଏମ୍‌.ଆର୍‌. ଶହଙ୍କୁ ନେଇ ଗଠିତ ଖଣ୍ଡପୀଠ ଖୈତାନଙ୍କ ଓକିଲଙ୍କୁ କହିଥିଲେ।

Share