ନ୍ୟାୟ ମାଗିବାରୁ ୧୩ ବର୍ଷ ଜେଲ

ତେହରାନ,୩ା୧୧:ଗତବର୍ଷ ଇରାନରେ ଉଚିତ ଢଙ୍ଗରେ ହିଜାବ ପିନ୍ଧି ନ ଥିବା ଅଭିଯୋଗରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନରେ କୁର୍ଦ୍ଦିଶ୍‌ ଯୁବତୀ ମହସା ଅମିନି ପ୍ରାଣ ହରାଇଥିଲେ। ଏହାର ପ୍ରତିବାଦରେ ଦେଶବ୍ୟାପୀ ବିକ୍ଷୋଭରେ ସାମିଲ ହୋଇଥିବା ମହମ୍ମଦ ଜାଭାଦ ଜାହେଦି(୨୦)ଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ମୃତ ବିକ୍ଷୋଭକାରୀ ମହମ୍ମଦଙ୍କ ପାଇଁ ତାଙ୍କ ମାଆ ମହସା ୟାଜଦାନି ନ୍ୟାୟ ମାଗିବାରୁ ତାଙ୍କୁ ଇରାନର ଏକ ଅଦାଲତ ୧୩ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ତାଙ୍କ ବିରୋଧରେ ଆଲ୍ଲାଙ୍କୁ ନିନ୍ଦା, ଉତ୍ତେଜନା ସୃଷ୍ଟି କରିବା, ସୁପ୍ରିମ ଲିଡରଙ୍କୁ ଅପମାନିତ କରିବା ଏବଂ ଶାସନ ବିରୋଧୀ ପ୍ରଚାର କରିବା ଅଭିଯୋଗ ଲଗାଯାଇଥିଲା। ଆନ୍ଦୋଳନରେ ସାମିଲ ହୋଇଥିବା ଜାହେଦିଙ୍କ ମୁଣ୍ଡ ଓ ପିଠିକୁ ଅତି ନିକଟରୁ ଏକାଧିକ ଗୁଳି କରାଯାଇଥିଲା। ବିକ୍ଷୋଭ ବେଳେ ପ୍ରାଣ ହରାଇଥିବା ତାଙ୍କ ପୁଅ ଓ ଅନ୍ୟମାନଙ୍କ ପାଇଁ ସେ ନ୍ୟାୟ ମାଗିଥିଲେ। ଗତ ଅଗଷ୍ଟରେ ତାଙ୍କୁ ଗିରଫ କରାଯାଇ ଏକ ଗୋପନ ସ୍ଥାନରେ ରଖାଯାଇଥିଲା।

Share