ନ୍ୟୁଜିଲାଣ୍ଡକୁ ପୁଣି ଫେରିଲା କରୋନା: ୨ ନୂଆ ପଜିଟିଭ୍‌ ଚିହ୍ନଟ

ୱେଲିଂଟନ,୧୬।୬: ନ୍ୟୁଜିଲାଣ୍ଡକୁ ପୁଣି ଫେରିଛି କରୋନା। ସମ୍ପୂର୍ଣ୍ଣ କରୋନାମୁକ୍ତ ଦେଶ ଭାବେ ଘୋଷଣା ହେବାର ସପ୍ତାହେ ପରେ ନ୍ୟୁଜିଲାଣ୍ଡରେ ପୁଣି ୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ଜଣ ବ୍ରିଟେନ ଫେରନ୍ତା ବୋଲି ସୂଚନା ମିଳିଛି। ଆଗକୁ ଦେଶରେ କରୋନା ବ୍ୟାପିବାର ସମ୍ଭାବନା ରହିଛି। ଅନ୍ୟ ଦେଶରୁ ଫେରୁଥିବା ଲୋକଙ୍କ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡେନ କହିଛନ୍ତି। ପ୍ରାୟ ୫୦ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ମୋଟ ୧୧୫୪ ଲୋକ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିଲେ। ୨୨ଜଣ ଲୋକ ମୃତ୍ୟୁବରଣ କରିଥିଲେ।

Share