Advertisement

ନ୍ୟୁଜିଲାଣ୍ଡରେ କରୋନା ମୁକାବିଲା କରିବ ସେନା

ଓ୍ବେଲିଂଟନ୍‌,୧୭।୬: ନ୍ୟୁଜିଲାଣ୍ଡ ଜୁନ ୮ରେ କରୋନା ମୁକ୍ତ ଦେଶ ବୋଲି ଘୋଷଣା କରିଥିଲା। କିନ୍ତୁ ଗୋଟିଏ ସପ୍ତାହ ପରେ ଦେଶରେ ପୁଣି ୨ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ମଙ୍ଗଳବାର ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ନ୍ୟୁଜିଲାଣ୍ଡ ଏବେ କଡ଼ା ପଦକ୍ଷେପ ଗ୍ରହଣ କରିଛି। ଦେଶର ପ୍ରଧାନମନ୍ତ୍ରୀ ଜସିଣ୍ଡା ଅର୍ଡେନ ନିଜ ଭୁଲ ସ୍ବୀକାର କରିବା ସହ କରୋନା ମୁକାବିଲା ପାଇଁ ଏବେ ସେନାଙ୍କୁ ଦାୟିତ୍ୱ ଦିଆଯାଇଛି। ସୂଚନାଯୋଗ୍ୟ, ନିକଟରେ ବ୍ରିଟେନରୁ ୨ମହିଳା ନ୍ୟୁଜିଲାଣ୍ଡକୁ ଆସିଥିଲେ। ଅସୁସ୍ଥ ସମ୍ପର୍କୀୟଙ୍କୁ ଭେଟିବା ପାଇଁ ନ୍ୟୁଜିଲାଣ୍ଡ ଆସିବାକୁ ଅନୁମତି ମାଗିଥିଲେ। ଏହାପରେ ସେମାନଙ୍କୁ ୧୪ ଦିନ ଯାଏ ହୋଟେଲରେ କ୍ୱାରାଣ୍ଟାଇନ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ୧୪ଦିନ ପୁରା କରିବା ପୂର୍ବରୁ ସେମାନଙ୍କୁ ବିନା ଯାଞ୍ଚରେ ଯିବାକୁ ଅନୁମତି ଦିଆଯାଇଥିଲା। ଯେଉଁଥିପାଇଁ ଏତେ ଦିନର ବ୍ୟତିକ୍ରମ ପରେ କରୋନା ପୁଣି ଦେଶକୁ ଫେରିଛି ବୋଲି ଜସିଣ୍ଡା କହିଛି। ଏହି ଘଟଣା ପରେ ଏବେ ଆଉ କାହାକୁ ସହାନୁଭୁତି ଆଧାରରେ କ୍ୱାରାଣ୍ଟାଇନ୍‌ ବାହାରକୁ ଯିବାକୁ ଅନୁମତି ଦିଆଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଜସିଣ୍ଡା କହିଛନ୍ତି। ହୋଟୋଲରୁ ବାହାରିବା ପରେ ଉକ୍ତ ମହିଳା ଓକ୍‌ଲେଣ୍ଡରୁ ଓ୍ବେଲିଂଗଟନ୍‌ ପର୍ଯ୍ୟନ୍ତ ପ୍ରାୟ ୬୫୦ କିଲୋମିଟର ଯାତ୍ରା କରିଛନ୍ତି। ତେବେ ଏହି ସମୟରେ ସେ କାହା କାହା ସଂସ୍ପର୍ଶରେ ଆସିଛନ୍ତି ସେନେଇ କଣ୍ଟାକ୍ଟ ଟ୍ରେସିଂ ଚାଲିଛି। ଏପର୍ଯ୍ୟନ୍ତ ୩୨୦ଲୋକଙ୍କ ପରିଚୟ ମିଳିସାରିଛି ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share