Categories: ଖେଳ

ନ୍ୟୁଜିଲାଣ୍ଡ ଆଗରେ ୧୬୪ ରନ୍‌ର ବିଜୟଲକ୍ଷ୍ୟ

ମାଉଣ୍ଟ ମାଉଁଗନୁଇ,୨।୨- ପଞ୍ଚମ ତଥା ସିରିଜ୍‌ର ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତ ଘରୋଇ ନ୍ୟୁଜିଲାଣ୍ଡ ଆଗରେ ୧୬୪ ରନ୍‌ର ବିଜୟଲକ୍ଷ୍ୟ ଛିଡ଼ା କରିଛି। ଅଧିନାୟକ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ଓ ଲୋକେଶ ରାହୁଲ ଲଢ଼ୁଆ ଇନିଂସ ଯୋଗୁ ଧାର୍ଯ୍ୟ ୨୦ ଓଭରରେ ଭାରତୀୟ ଦଳ ୩ ଉଇକେଟ ହରାଇ ୧୬୩ ରନ୍‌ କରିଛି। ଦଳ ପାଇଁ ରୋହିତ ସର୍ବାଧିକ ୬୦, ରାହୁଲ ୪୫, ଶ୍ରେୟାସ ଆୟାର ୩୩ ଓ ଶେଷ ଆଡ଼କୁ ମନୀଷ ପାଣ୍ଡେ ୧୧ ରନ୍‌ କରିଥିଲେ। ଘରୋଇ ବୋଲରଙ୍କ ମଧ୍ୟରେ ସ୍କଟ କୁଗେଲେଜିନ ୨ ଓ ହାମିଶ ବେନେଟ ଗୋଟିଏ ସଫଳତା ପାଇଥିଲେ।

Share