Categories: ଖେଳ

ନ୍ୟୁଜିଲାଣ୍ଡ ଆଗରେ ୧୬୬ ରନ୍‌ର ବିଜୟ ଲକ୍ଷ୍ୟ

ଓ୍ବେଲିଂଟନ,୩୧।୧- ଏଠାରେ ଚାଲିଥିବା ଚତୁର୍ଥ ଟି୨୦ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ଘରୋଇ ନ୍ୟୁଜିଲାଣ୍ଡ ଆଗରେ ୧୬୬ ରନ୍‌ର ବିଜୟ ଲକ୍ଷ୍ୟ ଛିଡ଼ା କରିଛି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆ ୨୦ ଓଭରରେ ୮ ଉଇକେଟ ହରାଇ ୧୬୫ ରନ୍‌ କରିବାକୁ ସକ୍ଷମ ହୋଇଛି। ବ୍ୟାଟିଂ ଆରମ୍ଭରୁ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କିନ୍ତୁ ମନୀଷ ପାଣ୍ଡେଙ୍କ ଅପରାଜିତ ୫୦ ରନ୍‌ର ଇନିଂସ ଯୋଗୁ ଭାରତ ସମ୍ମାନଜନକ ସ୍କୋର ଛିଡ଼ା କରିପାରିଛି। ଲୋକେଶ ରାହୁଲ ୩୯ ଓ ଶାର୍ଦ୍ଦୁଳ ଠାକୁର ୨୦ ରନ୍‌ କରିଥିଲେ। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଆଖିଦୃଶିଆ ପ୍ରଦର୍ଶନ କରିପାରି ନ ଥିଲେ। ଘରୋଇ ବୋଲରଙ୍କ ମଧ୍ୟରୁ ଇଶ ସୋଧି ୩ ଉଇକେଟ ନେଇଥିବାବେଳେ ହାମିଶ ବେନେଟ ୨ ଉଇକେଟ ହାତେଇଥିଲେ।

Share