ନ୍ୟୁଜିଲାଣ୍ଡ କରୋନା ମୁକ୍ତ: ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଓ୍ବିଲିଂଟନ,୮।୬: ପୃଥିବୀରେ କରୋନା ସଂକ୍ରମଣ ଜାରି ରହିଥିବାବେଳେ ନ୍ୟୁଜିଲାଣ୍ଡ ଏବେ କରୋନା ମୁକ୍ତ ହୋଇଛି। ଗତ ୧୭ ଦିନ ଧରି ଦେଶରେ କୌଣସି ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇନାହିଁ। ଦେଶ କରୋନା ମୁକ୍ତ ହୋଇଥିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ନ ଘୋଷଣା କରିଛନ୍ତି। ମେ ୨୨ଠାରୁ କୌଣସି ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ନ ଥିବା ସୋମବାର ଜେସିଣ୍ଡା କହିଛନ୍ତି। ଏବେ ଦେଶରେ ଲାଗୁ ହୋଇଥିବା କଟକଣାକୁ ଉଠାଇ ନିଆଯିବ ବୋଲି ସେ କହିଛନ୍ତି। କରୋନା ଲଢ଼େଇରେ ଦେଶବାସୀ ସାହସ ଏବଂ ଧର୍ଯ୍ୟ ପ୍ରଦର୍ଶନ କରିଥିବା ସେ କହିଛନ୍ତି। ଦେଶରେ ୭୫ ଦିନ ଧରି ଲକ୍‌ଡାଉନ୍‌ ଲାଗୁ ହେବା ସହିତ ସୀମାକୁ ସିଲ୍‌ କରିଦିଆଯାଇଥିଲା। ସୂଚନାଯୋଗ୍ୟ, ନ୍ୟୁଜିଲାଣ୍ଡରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୧୫୪ ଥିବାବେଳେ ମୃତ୍ୟୁ ସଂଖ୍ୟା ୨୨ ରହିଛି। ଏଠାରେ ମୋଟ ୨ଲକ୍ଷ ୯୪ ହଜାର ୮ ଶହ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି।

Share